Kishore Kumar Hits

Aseema Panda - Mana Manena 2.0 şarkı sözleri

Sanatçı: Aseema Panda

albüm: Mana Manena 2.0


ତୁ ଭାଙ୍ଗୁଛୁ ଯେବେ ଅଳସ
ଏ ମନରୁ ଝରେ ପୀୟୂଷ
ଖେଳୁଛୁ କାଇଁ ଏତେ ଲୁଚକାଳି?
କି ଲାଭ ପା ଉରେ ମତେ ଜାଳି?
ହଁ, ତୁ ଦେଲୁ ରେ ଏ କି ପରସ?
କମ୍ ଦୂରରେ ଲାଗେ ଆକାଶ
ବାଟ ସାରା ଯାଏ ମହୁ ଢ଼ାଳି
ମୁସ୍କିଲ ହଁ ଜିଇଁବା ତୋ ବିନା
ତୋ ଛଡ଼ା କାହାକୁ ଚାହିଁ ପାରେନା
ଚୋରା-ଚୋରା ଚାହାଣିରେ ମାରି ଦେନା
ମନ ମାନେନା, ଓ ମନ ବୁଝେନା
ତତେ ଦେଖିବା ପାଇଁ ଥରେ ଖୋଜେ ବାହାନା
ହାଏ, ଖୋଜେ ବାହାନା, ବାହାନା

ତୋ ଠାରୁ ଆରମ୍ଭ ମୋ ପ୍ରେମ
ତୋ ପାଖେ ହବ ପୁଣି ଶେଷ
ତତେ ପାଇ ଆଜି ଲାଗେ କାଇଁ ଆଉ ବାକି ନାହିଁ ଅବୋଶୋସ?
କେବେ କାଇଁ ଭଲ ଲାଗି ନାହିଁ
ମତେ ତୋ ପରି ଜଣେ କେହି?
ଏ କି ସ୍ବପ୍ନ ଦେଲୁ ଆଣି ମତେ, ଖାଲି ଦେଖୁଛି ମୁଁ ଜିଉଁଛି
ପାଗଳ କଲା ତୋ ଦେହର ବାସ୍ନା
ତୋ ବିନା କିଛିବି ଭଲ ଲାଗେନା
ଚାଲିଲେ ବି ତୋ ବାଟରେ ବାଟ ସରେନା
ମନ ମାନେନା, ଓ ମନ ବୁଝେନା
ତତେ ଦେଖିବା ପାଇଁ ଥରେ ଖୋଜେ ବାହାନା
ହାଏ, ଖୋଜେ ବାହାନା, ବାହାନା

ଏ କି ଋତୁ ଡ଼ାକି ଆଣିଛୁ ତୁ?
ଲାଗେ ସବୁ ଏଠି ନୂଆ-ନୂଆ
ଲାଜରେ ମୁଁ ଭିଜେ ଆଜିକାଲି କହ
ଦେଲୁ ମତେ ଏ କି ଛୁଆଁ
ହୋ, ମୁକ୍ତାଝରା ତୋ ହସ ସାରା
ଖୋଜୁଛି ମୁଁ ଯିବାର ରାହା
ତତେ କାହିଁ ଚାହିଁଦେଲେ କେହି
ଲାଗିଯାଏ ଏଇ ମନେ ନିଆଁ?
କଲୁ ତୁ ଏମିତି ବାଟବଣା
ଜାଣିଲି ଯାହା ତ ଥିଲା ଅଜଣା
ତୋ ପରି ନିଜର ତ କେହି ଲାଗେନା
ମନ ମାନେନା, ମନ ବୁଝେନା
ତତେ ଦେଖିବା ପାଇଁ ଥରେ ଖୋଜେ ବାହାନା
ହାଏ, ଖୋଜେ ବାହାନା
ଓ ଖୋଜେ ବାହାନା
ହାଏ, ଖୋଜେ ବାହାନା, ବାହାନା

Поcмотреть все песни артиста

Sanatçının diğer albümleri

Benzer Sanatçılar