Kishore Kumar Hits

Aseema Panda - E Ki Pagalami şarkı sözleri

Sanatçı: Aseema Panda

albüm: E Ki Pagalami


ଏ କି ପାଗଳାମି ମୋର
ଏ କି ଦୁର୍ବଳତା ତୋ ପ୍ରତି
ତତେ ଟିକେ ନ ପାଇ ମୋ ନିଶ୍ବାସ ଯାଏ ଅଟକି
ଏ କି ପାଗଳାମି ମୋର
ଏ କି ଦୁର୍ବଳତା ତୋ ପ୍ରତି
ତତେ ଟିକେ ନ ପାଇ ମୋ ନିଶ୍ବାସ ଯାଏ ଅଟକି
ଭିଡ଼ରେ ବି ତୋ ବିନା ଲାଗେ ଏକାକୀ
କହିଦେ ମୁଁ ତତେ ଭଲପାଏ ଯେତିକି
ତୁ କିବା ମତେ ଭଲପାଉ ସେତିକି
କହିଦେ ମୁଁ ତତେ ଭଲପାଏ ଯେତିକି
ତୁ କିବା ମତେ ଭଲପାଉ ସେତିକି
ଏ କି ଆକର୍ଷଣ ତୋର
ଏ କି ସମ୍ମୋହନ ତୋ ପ୍ରତି
ତତେ ଦିନେ ନ ଦେଖି ମୋ ଜୀବନ ଯାଏ ଅଟକି
ତୋ ପାଇଁ ପୃଥିବୀଟା ଦିସୁଛି କେମିତି
କହୁଛି ତୁ ମତେ ଭଲପାଉ ଯେତିକି
ବୁଝିନେ ମୁଁ ତତେ ଭଲପାଏ ସେତିକି
କହୁଛି ତୁ ମତେ ଭଲପାଉ ଯେତିକି
ବୁଝିନେ ମୁଁ ତତେ ଭଲପାଏ ସେତିକି
ବେପରୁଆ ହୁଏ ମନ ମାନେନାହିଁ କିଛି ବାରଣ
ଆନମନା କରେ ଖୁସି ପାଏନି ମୁଁ ତା କାରଣ
ବେପରୁଆ ହୁଏ ମନ ମାନେନାହିଁ କିଛି ବାରଣ
ଆନମନା କରେ ଖୁସି ପାଏନି ମୁଁ ତା କାରଣ
ତୋ ସାଥିରେ ହୁଏ ଯାହା ମୋ ସାଥିରେ ହୁଏ ସେଇୟା
ପାଖେପାଖେ ଚାହେଁ ତତେ ମନ ମୋର ହୁଏ ମହୁଆ
କାଗଜର ଫୁଲ ଏବେ ଯାଏରେ ମହକି
କହିଦେ ମୁଁ ତତେ ଭଲପାଏ ଯେତିକି
ତୁ କିବା ମତେ ଭଲପାଉ ସେତିକି
କହୁଛି ତୁ ମତେ ଭଲପାଉ ଯେତିକି
ବୁଝିନେ ମୁଁ ତତେ ଭଲପାଏ ସେତିକି
ଆକାଶରେ ନାହିଁ ମେଘ ପଡିନି ତ ଟୋପେ ବରଷା
ତଥାପିରେ ଖେଳିଯାଏ ଭିଜାଭିଜା ମାଟିର ବାସ୍ନା
ହୋ, ଆକାଶରେ ନାହିଁ ମେଘ ପଡିନି ତ ଟୋପେ ବରଷା
ତଥାପିରେ ଖେଳିଯାଏ ଭିଜାଭିଜା ମାଟିର ବାସ୍ନା
ଭିଜା ମାଟି ନୁହେଁ ଏଇ ପ୍ରେମ ଭିଜା ଦୁଇ ହୃଦୟ
ପ୍ରେମ ଥରେ ହେଲେ ବୋଧେ ଏମିତି ଏ ଲାଗେ ସମୟ
ଚାଲ୍ ଆମେ ଉଡ଼ିଯିବା ହେଇ ପ୍ରେମପକ୍ଷୀ
କହିଦେ ମୁଁ ତତେ ଭଲପାଏ ଯେତିକି
ତୁ କିବା ମତେ ଭଲପାଉ ସେତିକି
କହୁଛି ତୁ ମତେ ଭଲପାଉ ଯେତିକି
ବୁଝିନେ ମୁଁ ତତେ ଭଲପାଏ ସେତିକି
କହିଦେ ମୁଁ ତତେ ଭଲପାଏ ଯେତିକି
ତୁ କିବା ମତେ ଭଲପାଉ ସେତିକି
କହୁଛି ତୁ ମତେ ଭଲପାଉ ଯେତିକି
ବୁଝିନେ ମୁଁ ତତେ ଭଲପାଏ ସେତିକି

Поcмотреть все песни артиста

Sanatçının diğer albümleri

Benzer Sanatçılar