Kishore Kumar Hits

S Jitu - Tofa Tofa Chandini Re şarkı sözleri

Sanatçı: S Jitu

albüm: Tofa Tofa Chandini Re


ପ୍ରଥମ ଦେଖାରେ ଆଖି ପଲକରେ
ତୁ ଆସି ଗଲୁ ଲାଖି
ଯେତେ ଚାହିଁଲେ ବି ଭୁଲି ପାରୁନାହିଁ
କଥା ଅଛି କେତେ ବାକି
ଦେଖୁ-ଦେଖୁ ତୁ ଲାଗିଲୁ ନିଜର
ତତେ ଖୋଜେ ଦିନ, ରାତି
ଛାତି ସିଲଟରେ ନାଆଁ ଲେଖିଦେଲୁ
ଆରେ ମୋ ଜୀବନ ସାଥୀ
ଜାଣେନା କିଏ କି ମିଠା ଅନୁଭବ
ସପନ ସଜାଏ ବୋଳି ଦେଇ ରଙ୍ଗ
ବାଟ ଭାଙ୍ଗି ମୁଁ ତୋ ସାଥେ ଚାଲି ଯାଏରେ
ତୋଫା-ତୋଫା ଚାନ୍ଦିନୀରେ
ଝୁମା-ଝୁମା ପବନରେ
ତୋ ଦେହର ପରଶ
ମୁଁ ଖୋଜୁଥାଏ ରେ
ତୋଫା-ତୋଫା ଚାନ୍ଦିନୀରେ
ଝୁମା-ଝୁମା ପବନରେ
ତୋ ଦେହର ପରଶ
ମୁଁ ଖୋଜୁଥାଏ ରେ
ବରଷାରେ ଭିଜି ନାଚୁଥାଉ ଯେବେ
ଓଢ଼ଣୀ ତୋର ଉଡ଼େଇ
ଅଜଣା ଉତ୍ତାପ ଦେହସାରା ମୋର ନବାକୁ ତତେ କୋଳେଇ
ହୁଁ, ଅଣଦେଖା କରି ଚାଲିଯାଉ ଯେବେ
ପାଖକୁ ମୋର ନ ଆସି
ରାଗରେ ମୁଁ ଜଳେ, ମନ ମରିଯାଏ
ଲୁହରେ ମୁଁ ଯାଏ ଭିଜି
ତୋ ସାଥେ ଏ ଭାବ ଶହେ ଜନମର
ଯେତେ ଦେଖୁଥିଲେ ଖୋଜେ ବାର-ବାର
କହିଯା ତୁ ଆସି ମୋର ଛାତି ଭିତରେ
ତୋଫା-ତୋଫା ଚାନ୍ଦିନୀରେ
ଝୁମା-ଝୁମା ପବନରେ
ତୋ ଦେହର ପରଶ
ମୁଁ ଖୋଜୁଥାଏ ରେ
ତୋଫା-ତୋଫା ଚାନ୍ଦିନୀରେ
ଝୁମା-ଝୁମା ପବନରେ
ତୋ ଦେହର ପରଶ
ମୁଁ ଖୋଜୁଥାଏ ରେ
କହିଦେ ତୁ କେବେ ଆସିବୁରେ ଚାଲି
ଏଇ ଅଗଣାକୁ ମୋର
ପ୍ରୀତି ଝୁଲଣାରେ ଝୁଲେଇବୁ ନେଇ
ପିନ୍ଧେଇ ଶଙ୍ଖା ସିନ୍ଦୂର
କେତେ ଅଛୁ ଖୁସି କହିଜା ତୁ ଥରେ
ପାଇଛୁ ପ୍ରଥମ ପ୍ରେମ
ସରିଛି ତୋ କଷ୍ଟ ନାହିଁ ଅବଶୋଷ
ଯାଇଛି ଭରି ତୋ ମନ
ହୃଦୟ ମୋ ନେଇଛୁ ତୁ ଚୋରେଇ
ତୋ ବିନା କ୍ଷଣେ ମୁଁ ରହି ପାରୁନାହିଁ
ବେଗେ ଆସି ତୁ ମତେ ଏଠୁ ନେରେ
ତୋଫା-ତୋଫା ଚାନ୍ଦିନୀରେ
ଝୁମା-ଝୁମା ପବନରେ
ତୋ ଦେହର ପରଶ
ମୁଁ ଖୋଜୁଥାଏ ରେ
ତୋଫା-ତୋଫା ଚାନ୍ଦିନୀରେ
ଝୁମା-ଝୁମା ପବନରେ
ତୋ ଦେହର ପରଶ
ମୁଁ ଖୋଜୁଥାଏ ରେ

Поcмотреть все песни артиста

Sanatçının diğer albümleri

Benzer Sanatçılar