Swayam Padhi - To Manare Jaga Te Debu şarkı sözleri
Sanatçı:
Swayam Padhi
albüm: To Manare Jaga Te Debu
କଜଳ ଟଣା ତୋ ଆଖିର ଇସାରା, ନିଦ ମୋ ଉଡେଇ ନେଇଛି
ତୋ ଫୁଲ ପ୍ରକାଶେ ନାଲି ଓଢଣୀରେ, ମନ ମୋ ଗୁଡେଇ ହେଇଛି
ତୋ କଥା, ତୋ ହସ, କରିଛି ବେହୋସ, ଭୁଲି ମୁଁ ଯାଇଛିରେ ସବୁ
କେବେ କହ ତୋ ମନରେ ଜାଗାଟେ ଦବୁ, ଦିନ ମୁଁ ଗଣୁଛି ତୁ କେବେ ମୋର ହବୁ
କେବେ କହ ତୋ ମନରେ ଜାଗାଟେ ଦବୁ
ହଁ, କେବେ କହ ତୋ ମନରେ ଜାଗାଟେ ଦବୁ
♪
ଯେବେଠୁ ତତେ ଦେଖିଛି ମୁଁ, ଆଉ କେହି ଭଲ ଲାଗୁନାହିଁ ମୋ ଏ ଆଖିକୁ
ଚୁମ୍ବକ ପରି ତୋ ଚାହାଣି ମତେ ନିଏ ଟାଣି, ଥରକୁ ଥର ତୋ ପାଖକୁ
ଯାହା ତୋ ମନରେ, ଅଛି ମୋ କାନରେ, କହରେ କେବେ କହିବୁ
କେବେ କହ ତୋ ମନରେ ଜାଗାଟେ ଦବୁ, ଦିନ ମୁଁ ଗଣୁଛି ତୁ କେବେ ମୋର ହବୁ
କେବେ କହ ତୋ ମନରେ ଜାଗାଟେ ଦବୁ
ହଁ, କେବେ କହ ତୋ ମନରେ ଜାଗାଟେ ଦବୁ
♪
କହିବୁ ଯଦି ଆକାଶରୁ ଜହ୍ନ, ତାରା ଆଣି, ଉପହାର ଦେବି ତତେରେ
ମାଗିବୁ ଯଦି ମୋ ଭାଗର ସବୁତକ ଖୁସି, ଲେଖିଦେବି ମୁଁ ତୋ ନାଆଁ ରେ
ଭରସା ତୁ ଥରେ କର ମୋ ଉପରେ, ମୋ ପ୍ରେମ ସତ ଜାଣିଯିବୁ
କେବେ କହ ତୋ ମନରେ ଜାଗାଟେ ଦବୁ, ଦିନ ମୁଁ ଗଣୁଛି ତୁ କେବେ ମୋର ହବୁ
କେବେ କହ ତୋ ମନରେ ଜାଗାଟେ ଦବୁ
ହଁ, କେବେ କହ ତୋ ମନରେ ଜାଗାଟେ ଦବୁ
Поcмотреть все песни артиста
Sanatçının diğer albümleri