Kishore Kumar Hits

Gaurav Anand - Daman (Title Song) - From "Daman" şarkı sözleri

Sanatçı: Gaurav Anand

albüm: Daman (Title Song) [From "Daman"]


ଓହୋ-ଓହୋ-ହୋ-ଓ-ଓ
ଓହୋ-ଓହୋ-ହୋ-ଓ
ଓହୋ-ଓହୋ-ହୋ-ଓ-ଓ
ଓହୋ-ଓହୋ-ଓ-ଓ

କିଛି ନୂଆ ଆଲୁଅ ପଡ଼ିବାକୁ ଦିଅ
ନୂଆ କଥା, ଉପାୟ ଆପଣେଇ ନିଅ
ହୋ-ଓ, କିଛି ନୂଆ ଆଲୁଅ ପଡ଼ିବାକୁ ଦିଅ
ନୂଆ କଥା, ଉପାୟ ଆପଣେଇ ନିଅ (ଓ-ହୋ)
ଭାବନାର ପଥର (ଓ-ହୋ), ଉଛାଳି ମାରି ଦେଖ (ଓ-ହୋ)
ଶୁଖିଲା ନଈରେ ବି ଆସେ ଲହରୀ ବେଗ
ଏ ଭାଇ, ନିଦରୁ ଜାଗ, ଦମନ କରିବା ଆଗ
ଏ ଭାଇ, ନିଦରୁ ଜାଗ, ନିଦରୁ ଜାଗ
ଏ ଭାଇ, ନିଦରୁ ଜାଗ, ଦମନ କରିବା ଆଗ
ଏ ଭାଇ, ନିଦରୁ ଜାଗ, ନିଦରୁ ଜାଗ

ଉଦାସୀ ଚାଳିଆରେ, ଡିବିରି ଆଲୁଅରେ
ମସାରି ଭିଡ଼ିନେଇ କାହିଁକି ସୁଅନାହିଁ?
ଅଜଣା ଅନ୍ଧାରକୁ ଆଖିତଳେ ଜାବୁଡ଼ି
କୁହୁଡ଼ିର ତୁଳାକୁ କାନରେ ଦିଅ ନାହିଁ
ପତର-ଧୂଆଁ ତଳେ (ଓ-ହୋ), ଘୁମାଅ କେତେ ଦିନ? (ଓ-ହୋ)
ସୁଝାଅ ନିଜଠାରେ ଯେମିତି କାହା ରାଗ
ଏ ଭାଇ, ନିଦରୁ ଜାଗ, ଦମନ କରିବା ଆଗ
ଏ ଭାଇ, ନିଦରୁ ଜାଗ, ନିଦରୁ ଜାଗ
ଏ ଭାଇ, ନିଦରୁ ଜାଗ, ଦମନ କରିବା ଆଗ
ଏ ଭାଇ, ନିଦରୁ ଜାଗ, ନିଦରୁ ଜାଗ

ଗଛ ଝାଉଁଳିଗଲେ ଢ଼ାଳିଦେଇଯା ପାଣି
ତୋ ମନ ମଉଳିଲେ ଉଠା ଚାବୁକ ମାରି
ଦିଆସିଲ କାଠିର ଚହଲା ନିଆଁ ପରି
କଥା ଛୋଟ ହେଲେବି ମଶାଲ ଦିଏ ଜାଳି (ଓ-ହୋ)
ନିଦ-ବଟିକା ଖାଇ (ଓ-ହୋ), ଜହ୍ନ ଶୋଇଲେ ଶୋଉ (ଓ-ହୋ)
ଏଇ ମାଟି ଆକାଶେ ତୁମେ ହୁଅ ଚିରାଗ
ଏ ଭାଇ, ନିଦରୁ ଜାଗ, ଦମନ କରିବା ଆଗ
ଦମନ କରିବା ଆଗ, ନିଦରୁ ଜାଗ
ଏ ଭାଇ (ଏ ଭାଇ) ନିଦରୁ ଜାଗ, ଦମନ କରିବା ଆଗ
ଏ ଭାଇ (ଏ ଭାଇ) ନିଦରୁ ଜାଗ, ନିଦରୁ ଜାଗ

Поcмотреть все песни артиста

Sanatçının diğer albümleri

Benzer Sanatçılar