Gaurav Anand - Ekla Chale Re şarkı sözleri
Sanatçı:
Gaurav Anand
albüm: DAMaN (Original Motion Picture Soundtrack)
ତୋ ଛାତିରେ ନେଇ ତୁ ଫଉଜିର କଲିଜା
ଗୋଟେ ଢୋକରେ ସାହସର ସାଗର ପିଇଯା
ତୋ ଭିତରେ ଲୁଚିଚି ଅଫୁଟା ସେ ବାରୁଦ
ତୁ ଚାହିଁଲେ ଶୁଭିବ ସେ ଗହିରି ଶବଦ
ତୋ ଛାଇ ଉପରେ ତୁ ରଖିଥା ଭରସା
ଲେଖିବୁ ଇତିହାସ ଦିନେ ତୁ ରେ
ଯଦି କେହି ତୋର ଡାକ ଶୁଣେ ନାହିଁ
ତୁ ଏକଲା ଚାଲେ ରେ
ଯଦି କେହି ତୋର ଡାକ ଶୁଣେ ନାହିଁ
ତୁ ଏକଲା ଚାଲେ ରେ
(ଏକଲା ଚାଲେ ରେ, ଏକଲା ଚାଲେ ରେ)
(ଏକଲା ଚାଲେ ରେ, ଏକଲା ଚାଲେ ରେ)
(ଏକଲା ଚାଲେ ରେ, ଏକଲା ଚାଲେ ରେ)
(ଏକଲା ଚାଲେ ରେ, ଏକଲା ଚାଲେ ରେ)
ଦରଦକୁ ନିଜ ଭିତରେ ନେ ତୁ ସାଉଁଟି
ଝଟକୁ ଥା' ସୁନା ପରି ନିଆଁରେ ଆଉଟି
ଓ, ଚଟ୍ଟାଣ ତୁ, କିଏ ବା ତୋତେ ଦୋହଲେଇବ?
ବତାଷି ଝଡ଼ କେମିତି ତୋର ବାଟ ରୋକିବ?
ଦୁଃଖର ବୁଜୁଳାକୁ ପକେଇଦେ ଏଇଠି ରେ
ତୋ ଦେହ ମିଶୁ ପଛେ ଏ ମାଟିରେ
ଯଦି କେହି ତୋର ଡାକ ଶୁଣେ ନାହିଁ
ତୁ ଏକଲା ଚାଲେ ରେ
ଯଦି କେହି ତୋର ଡାକ ଶୁଣେ ନାହିଁ
ତୁ ଏକଲା ଚାଲେ ରେ
ଉଜୁଡ଼ା ସେ ବଗିଚା ଭିତରେ
ମଳୟ-ପବନ ଯେବେ ଫେରେ
ପୁରୁଣା ସେ ଆଖି ଦୁଇ ଧାରେ
ମିଠା-ମିଠା ଲୁହ କାଇଁ ଝରେ?
ଭାଙ୍ଗି ସେ ଅନ୍ଧାରୀ ନିଦ
ଡେଇଁଯା ତୁ ସରହଦ
ଶିଖର ଛୁଇଁବୁ ଶେଷରେ
ଯଦି କେହି ତୋର ଡାକ ଶୁଣେ ନାହିଁ
ତୁ ଏକଲା ଚାଲେ ରେ
ଯଦି କେହି ତୋର ଡାକ ଶୁଣେ ନାହିଁ
ତୁ ଏକଲା ଚାଲେ ରେ
(ଏକଲା ଚାଲେ ରେ, ଏକଲା ଚାଲେ ରେ)
(ଏକଲା ଚାଲେ ରେ, ଏକଲା ଚାଲେ ରେ)
ଯଦି କେହି ତୋର ଡାକ ଶୁଣେ ନାହିଁ
ତୁ ଏକଲା ଚାଲେ ରେ (ଏକଲା ଚାଲେ ରେ)
Поcмотреть все песни артиста
Sanatçının diğer albümleri