Ira Mohanty - Ei Asadhare Bajiba Lo Sahanai şarkı sözleri
Sanatçı:
Ira Mohanty
albüm: Ei Asadhare Bajiba Lo Sahanai
ମାନ ମୟି ଆଲୋ ମାନ ମୟି
ମାନ ଭୁଲି କିଛି ଦେ କହି
ହଁ, ମାନ ମୟି ଆଲୋ ମାନ ମୟି
ମାନ ଭୁଲି କିଛି ଦେ କହି
ଆଉ ଜମା ରହି ହଉନାହିଁ
ନବୁ ଯଦି ଯା ମତେ ନେଇ
ଆସିବି ନେଇ ମୁଁ ଦଳେ ବର ଯାତିରି
ତୋ ପାଇଁ ସଜା ହବ ଲୋ ଫୁଲ ସଵାରୀ
ସମ୍ଭାଳି ଯା କିଛି ଦିନ ପାଇଁ
ତୋ ଦୁଆରେ ମୋ ଦୁଆରେ ଏଇ ଆଷାଢ଼ରେ
ବାଜିବରେ ସାହାନାଇ
ତୋ ଦୁଆରେ ମୋ ଦୁଆରେ ଏଇ ଆଷାଢ଼ରେ
ବାଜିବ ଲୋ ସାହାନାଇ
♪
ମଣିପୁରୀ ହାର ଦେବି
ବେକକୁ ଲୋ ତୋର ପୁଣି
ହାତକୁ ତୋ ସୁନା ବାହୁଟି
ସବୁ ହେଇଯିବ ତୋର
ଯାହା ଅଛି ମୋର ହବ
ଜହ୍ନ-ମନ ଘଟି ଚକଟି
ଲୋଡ଼ା ନାହିଁ ହାର ଆଉ
ହାତ ଧରି ମୋର ଦୁହିଁ
ଚାଲିବାରେ ଆମେ ଏକାଠି
ଅଧା ନିଦ ତୋର ଆଉ
ଅଧା ନିଦ ମୋର ମିଶି
ଆଣୁଥିବି ସ୍ବପ୍ନ ସାଉଁଟି
ହସରୁ ତୋର ଝରେଇ ମିଠା ସୁପାରୀ
ଉରୁବସୀ ଠାରୁ ଲାଗୁଛୁ ଆହୁରି ସୁନ୍ଦରୀ
ବରାବରୀ କେହି ତୋର ନାହିଁ
ତୋ ଦୁଆରେ ମୋ ଦୁଆରେ ଏଇ ଆଷାଢ଼ରେ
ବାଜିବରେ ସାହାନାଇ
ତୋ ଦୁଆରେ ମୋ ଦୁଆରେ ଏଇ ଆଷାଢ଼ରେ
ବାଜିବ ଲୋ ସାହାନାଇ
♪
ହଳଦୀର ଗିନା ମୋର ଆପେ ହୁଏ ଚୁନା ଯଦି
କେବେ ଥରେ ଦେଖା ଦଉନା
ତତେ ଭାବିବାକୁ ମନ କାହାକୁ ମୁଁ ଦେଇ ନାହିଁ
ବୁଝିଯିବୁ ସବୁ ବାହାନା
ଏମିତି ମୋ ସାଥେ ଆସି ହେଇଗଲୁ ଚିହ୍ନା ମଲି
ନେଲି ତତେ ମନ ମଇନା
ପାରିବିନି ଜୀଇଁ ପଥେ ଲାଗୁଛି ତୋ ବିନା କଥା
ହେଲେ ଯେବେ କଥା ସରେନା
ଡାକିଲେ ବୁଲି ଆସିଲୁ ନଈ ପହଁରି
ଅଗଣା ସାରା ବାସିଲା ପ୍ରେମ କସ୍ତୁରୀ
ହେଇଗଲି ତୋର ଚାନ୍ଦ ମୁହିଁ
ତୋ ଦୁଆରେ ମୋ ଦୁଆରେ ଏଇ ଆଷାଢ଼ରେ
ବାଜିବ ଲୋ ସାହାନାଇ
ତୋ ଦୁଆରେ ମୋ ଦୁଆରେ ଏଇ ଆଷାଢ଼ରେ
ବାଜିବରେ ସାହାନାଇ
ତୋ ଦୁଆରେ ମୋ ଦୁଆରେ ଏଇ ଆଷାଢ଼ରେ
ବାଜିବ ଲୋ ସାହାନାଇ
ତୋ ଦୁଆରେ ମୋ ଦୁଆରେ ଏଇ ଆଷାଢ଼ରେ
ବାଜିବରେ ସାହାନାଇ
Поcмотреть все песни артиста
Sanatçının diğer albümleri