Bibhu Kishore - Prema Heijaye şarkı sözleri
Sanatçı:
Bibhu Kishore
albüm: Prema Heijaye
କହିବ କି ପ୍ରେମ କାହିଁକି ହୁଏ?
କହିବ କି ପ୍ରେମ କାହିଁକି ହୁଏ?
ନାହିଁ ମେଘ ମଉସୁମୀ
ମନ ଉଡି-ଉଡି ଯାଏ
ପ୍ରେମ ହୁଏ ହେଇଯାଏ
ଜୀବନକୁ ମହକାଏ
କହିବ କି କହିବ କି ପ୍ରେମ କାହିଁକି ହୁଏ?
♪
ବନେ ବନେ ଉପବନେ
ସୂରୁଯ ମୁରୁଜ ବୁଣେ
ପବନ ଗାଉଛି ଗୀତ
ଆକାଶ ବଢ଼ାଏ ହାତ
ତୁମରି ଆସିବା ପରେ
ପାହାଡୁ ଝରଣା ଝରେ
ସାଗରେ ଉଠୁଛି ଢେଉ
ଫୁଲରୁ ଝରୁଛି ମହୁ
ଗୋଟିଏ ପଲକ କୋଟିଏ ପୁଲକ
ପ୍ରେମର କୁହୁକ ଶୀତଳ ମହକ
ଦେହ ସିନା ଭିଜେ ନାହିଁ
ମନ ଓଦା ହେଇଯାଏ
ପ୍ରେମ ହୁଏ ହେଇଯାଏ
ଜୀବନକୁ ମହକାଏ
କହିବ କି କହିବ କି ପ୍ରେମ କାହିଁକି ହୁଏ?
♪
ଏ ମନ ଅଗଣା ସାରା
ତୁମରି ଛବିରେ ଭରା
ସପନେ ଦେଖୁଛି ତମେ ତମେ ତମେ
ସପନ ଭାଙ୍ଗିଲେ ତମେ
ପ୍ରେମରେ ଥରେ ପଡିଲେ
ମନର ଦରଜା ଖୋଲେ
ଜୀବନ ଗୋଟିଏ ନଈ
ପ୍ରେମ ସେଠି ନୀଳ କଇଁ
ପ୍ରେମର ପୁଲକ ଆଶାର ଝଲକ
ମନର ମାଣିକ ମଳୟ ମହକ
ପ୍ରେମ କେବେ ଜଳେନାହିଁ
ଦୀପଟିଏ ଜାଳିଦିଏ
ପ୍ରେମ ହୁଏ ହେଇଯାଏ
ଜୀବନକୁ ମହକାଏ
ଲା-ଲା-ଲା-ଲା-ଲା-ଲା-ଲା-ଲା
ଲା-ଲା-ଲା-ଲା-ଲା-ଲା-ଲା-ଲା
Поcмотреть все песни артиста
Sanatçının diğer albümleri