Akshaya Mohanty - Prabesa Hoila şarkı sözleri
Sanatçı:
Akshaya Mohanty
albüm: Kene Gheni Jaucha-Salabega Bhajan
ପ୍ରବେଶ ହୋଇଲ ବଡ଼ଦାଣ୍ଡ
ବେଣୁଗୁଳି ରେ ପୁରିଲା ତୁଣ୍ଡ
ଦାଣ୍ଡରେ ବସିଛି କୈବଲ୍ୟ ପସରା
ଟଙ୍କ ତୋରାଣି ରେ ମନ ତୋଷ
ଆହେ ରାମହରି, ଆହେ ରାମହରି
ପ୍ରଭୁ ବିଜେ କରିଅଛ ନୀଳଗିରି
ଆହେ ରାମହରି, ଆହେ ରାମହରି
♪
ଧନ୍ୟ ପୁରୁଷୋତ୍ତମ କ୍ଷେତ୍ରବାସି
ଭାଗ୍ୟ ଥିଲେ ସାଧୁ ସଙ୍ଗେ ମିଶି
ରସ ପୁରାଇଣ କୈବଲ୍ୟ ପାଆନ୍ତି
ପିଛେ ବୋଲୁ ଥାଆନ୍ତି ଏକାଦଶୀ
ଆହେ ରାମହରି, ଆହେ ରାମହରି
ପ୍ରଭୁ ବିଜେ କରିଅଛ ନୀଳଗିରି
ଆହେ ରାମହରି, ଆହେ ରାମହରି
♪
ସିଂହଦ୍ୱାର ଠାରେ ବେତ ବାଡ଼ି
ବାଜିଲେ ପାତକ ଯାଏ ଛାଡ଼ି
ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ
ସାଧୁଜନ ମାନେ ଠେଲା ଠେଲି
ଆହେ ରାମହରି, ଆହେ ରାମହରି
ପ୍ରଭୁ ବିଜେ କରିଅଛ ନୀଳଗିରି
ଆହେ ରାମହରି, ଆହେ ରାମହରି
♪
ବାଇଶି ପାହାଚ ଗଲି ସୁଖେ
କୈବଲ୍ୟ ବସିଛି ବେନି ପାଖେ
ବ୍ରାହ୍ମଣ, ଚଣ୍ଡାଳ କ୍ଷେତ୍ରି ବୀରବର
କୈବଲ୍ୟ ଦିଅନ୍ତି ମୁଖେ-ମୁଖେ
ଆହେ ରାମହରି, ଆହେ ରାମହରି
ପ୍ରଭୁ ବିଜେ କରିଅଛ ନୀଳଗିରି
ଆହେ ରାମହରି, ଆହେ ରାମହରି
♪
ରୋହିଣୀ କୁଣ୍ଡର ପାଦର ଜଳ
ସିଂହ ମାଡ଼ିବସି ଅଛି ଗଜ
ସତେକି ଜୀବନ ସାଫଲ୍ୟ ଲଭିବ
ପାପପକ୍ଷୀ ପଡ଼ି ଚତୁର୍ଭୁଜ
ଆହେ ରାମହରି, ଆହେ ରାମହରି
ପ୍ରଭୁ ବିଜେ କରିଅଛ ନୀଳଗିରି
ଆହେ ରାମହରି, ଆହେ ରାମହରି
♪
ଗରୁଡ଼ ପାଖରେ ରହି ଦେଖ
କି ଶୋଭା ପାଉଛି ପଦ୍ମମୁଖ
ହୀରା, ନିଳା, ମୋତି, ମାଣିକ ଜଳନ୍ତି
ଖୁଦେ ଲମ୍ବିଅଛି ବ୍ୟାଘ୍ର ନଖ
ଆହେ ରାମହରି, ଆହେ ରାମହରି
ପ୍ରଭୁ ବିଜେ କରିଅଛ ନୀଳଗିରି
ଆହେ ରାମହରି, ଆହେ ରାମହରି
♪
କହେ ସାଲବେଗ ମୁଢ଼ମତି
କାଇଁ କରିବେ ଶ୍ରୀଲକ୍ଷ୍ମୀପତି
ଶ୍ରିରଙ୍ଗା ଚରଣେ ପଶୁଛି ଶରଣ
ତ୍ରାହି କର ଶାଳଗ୍ରାମ ମୂର୍ତ୍ତି
ଆହେ ରାମହରି, ଆହେ ରାମହରି
ପ୍ରଭୁ ବିଜେ କରିଅଛ ନୀଳଗିରି
ଆହେ ରାମହରି, ଆହେ ରାମହରି
ପ୍ରଭୁ ବିଜେ କରିଅଛ ନୀଳଗିରି
ଆହେ ରାମହରି, ଆହେ ରାମହରି
Поcмотреть все песни артиста
Sanatçının diğer albümleri