Akshaya Mohanty - Chala Sakhi Aame şarkı sözleri
Sanatçı:
Akshaya Mohanty
albüm: Kene Gheni Jaucha-Salabega Bhajan
ଚାଲ ସଖି ଆମ୍ଭେ ଦର୍ଶନ କରିବା, ନୀଳଗିରି କାଳିଆକୁ
କେଉଁ ସୁରପତି ବେଶ କରିଅଛି? ଗିରିବର ତୋଳିଆକୁ
ଚାଲ ସଖି ଆମ୍ଭେ ଦର୍ଶନ କରିବା, ନୀଳଗିରି କାଳିଆକୁ
କେଉଁ ସୁରପତି ବେଶ କରିଅଛି? ଗିରିବର ତୋଳିଆକୁ
ଶ୍ୱେତ ପଦ୍ମ ଆଖି ଦେଖିଲେ ଗୋ ସଖି, ଚିତ୍ତ କି ବାହୁଡ଼େ ଆଉ?
କର୍ଣ୍ଣରେ କୁଣ୍ଡଳ ଦିଶେ ଝଲଝଲ, କୌସ୍ତୁଭ ଦାଉଦାଉ
ଚାଲ ସଖି ଆମ୍ଭେ ଦର୍ଶନ କରିବା, ନୀଳଗିରି କାଳିଆକୁ
ଶଙ୍ଖ, ଚକ୍ର, ଗଦା, ପଦ୍ମ, ମହାପ୍ରଭୁ ଧରିଛନ୍ତି ଆଣ୍ଟ କରି
ଦୁଃସହ ଦୁର୍ଗତି ଗ୍ରହପୀଡ଼ା ମାନେ ଆଉ କି ପସିବେ ଡ଼ରି?
ଚାଲ ସଖି ଆମ୍ଭେ ଦର୍ଶନ କରିବା, ନୀଳଗିରି କାଳିଆକୁ
ଶ୍ରୀପୁରୁଷୋତ୍ତମ ରହଣୀ କରିବା, ଖାଇବା ଛଡ଼ା ତୁଳସୀ
କହେ ସାଲବେଗ ସିଂହଦ୍ୱାରଠାରେ ହୋଇଥିବା କ୍ଷେତ୍ରବାସୀ
ଚାଲ ସଖି ଆମ୍ଭେ ଦର୍ଶନ କରିବା, ନୀଳଗିରି କାଳିଆକୁ
କେଉଁ ସୁରପତି ବେଶ କରିଅଛି? ଗିରିବର ତୋଳିଆକୁ
ଗିରିବର ତୋଳିଆକୁ
Поcмотреть все песни артиста
Sanatçının diğer albümleri