Akshaya Mohanty - Kahin Ki Aasichu Mana şarkı sözleri
Sanatçı:
Akshaya Mohanty
albüm: Kene Gheni Jaucha-Salabega Bhajan
କାହିଁକି ଆସିଛୁ ମନ?
କିସ ନେବାପାଇଁ ରେ?
କାହିଁକି ଆସିଛୁ ମନ?
କିସ ନେବାପାଇଁ ରେ?
ଆସିଛୁ ଲଙ୍ଗଳା ତୁହି
ଯିବୁ ଶୂନ୍ୟ ହୋଇ ରେ
କାହିଁକି ଆସିଛୁ ମନ?
କିସ ନେବାପାଇଁ ରେ?
କାହିଁକି ଆସିଛୁ ମନ?
♪
ଘାଇ ଯାକ ମୁକୁଳା ତୁ
ବନ୍ଧ କେତେ ବାନ୍ଧୁରେ?
ଘାଇ ଯାକ ମୁକୁଳା ତୁ
ବନ୍ଧ କେତେ ବାନ୍ଧୁରେ?
ଆପେ ମଲେ ଯୁଗ ଯାଏ
ପର ଲାଗି କାନ୍ଦୁରେ
କାହିଁକି ଆସିଛୁ ମନ?
କିସ ନେବାପାଇଁ ରେ?
କାହିଁକି ଆସିଛୁ ମନ?
♪
ତୁ ଯାହାକୁ ବିଭାହେଲୁ
ଶାଢ଼ୀ, ଶଙ୍ଖା ଦେଇରେ
ତୁ ଯାହାକୁ ବିଭାହେଲୁ
ଶାଢ଼ୀ, ଶଙ୍ଖା ଦେଇରେ
ଖାଉଅଛି ସେହି ତୋତେ
କାଳରୂପୀ ହୋଇରେ
କାହିଁକି ଆସିଛୁ ମନ
କିସ ନେବାପାଇଁ ରେ?
କାହିଁକି ଆସିଛୁ ମନ?
♪
ମାଟି ଘଟ ପଞ୍ଜୁରୀରେ
ପାଳୁ ସୁନା ଶୁଆରେ
ମାଟି ଘଟ ପଞ୍ଜୁରୀରେ
ପାଳୁ ସୁନା ଶୁଆରେ
ଅଠା କାଠି ଲଗାଇଛି
ଭାବ ବିନୋଦିଆରେ
କାହିଁକି ଆସିଛୁ ମନ?
କିସ ନେବାପାଇଁ ରେ?
କାହିଁକି ଆସିଛୁ ମନ?
♪
କହେ ସାଲବେଗ ହିନ
ପାଦପଦ୍ମ ଧ୍ୟାୟୀରେ
କହେ ସାଲବେଗ ହିନ
ପାଦପଦ୍ମ ଧ୍ୟାୟୀରେ
ଶ୍ରୀରଙ୍ଗା ଚରଣ ବିନୁ
ଅନ୍ୟଗତି ନାହିଁରେ
କାହିଁକି ଆସିଛୁ ମନ?
କିସ ନେବାପାଇଁ ରେ?
କାହିଁକି ଆସିଛୁ ମନ?
ଆସିଛୁ ଲଙ୍ଗଳା ତୁହି
ଯିବୁ ଶୂନ୍ୟ ହୋଇ ରେ
କାହିଁକି ଆସିଛୁ ମନ?
କିସ ନେବାପାଇଁ ରେ?
କାହିଁକି ଆସିଛୁ ମନ?
Поcмотреть все песни артиста
Sanatçının diğer albümleri