Kuldeep Pattanaik - Emiti Huanta Ki - From "Priye Tu Mo Siye" şarkı sözleri
Sanatçı:
Kuldeep Pattanaik
albüm: Emiti Huanta Ki (From "Priye Tu Mo Siye")
ଏମିତି ହୁଅନ୍ତା କି
ଅତୀତ ଆସନ୍ତା ଫେରି
କହନ୍ତି ସେ କଥା ଯାହା
କହିବାକୁ ହେଲା ଡେରି
ଫେରନ୍ତା କି ମଉସୁମୀ
ପୁଣି ସେଇ ମେଘ ଆଣି
ସେ ମେଘରେ ପୁଣି ଭିଯେଇବା ପାଇଁ ଡାକନ୍ତା କି ହାତଠାରି
ଏମିତି ହୁଅନ୍ତା କି
ଅତୀତ ଆସନ୍ତା ଫେରି
କହନ୍ତି ସେ କଥା ଯାହା
କହିବାକୁ ହେଲା ଡେରି
♪
ପ୍ରେମ ଦିନେ ତୋର, କରିଥିଲା ଘର
ମୋ ଛାତି ତଳେ
ଏଇ କଥା ମତେ ନ ଥିଲା ଖବର
ତୁ ଥିଲା ବେଳେ
ଦିଅନ୍ତା କି ମନ ତୋର
ପୁଣି ଥରେ ସେ ଖବର
ଅଧାଲେଖା ସେଇ କାହାଣୀକୁ ପୁଣି ଲେଖନ୍ତି ମୁଁ ପୁରା କରି
ଏମିତି ହୁଅନ୍ତା କି
ଅତୀତ ଆସନ୍ତା ଫେରି
କହନ୍ତି ସେ କଥା ଯାହା
କହିବାକୁ ହେଲା ଡେରି
♪
ପାଖେ ଥିଲା ବେଳେ, ଅଣଦେଖା କରେ
ଯାହାକୁ ମନ
ଦୂରେ ଗଲେ ଚାଲି, ମନ ଝୁରି-ଝୁରି
ଖୋଜେ ତା ପ୍ରେମ
ଫେରନ୍ତା କି ପ୍ରେମଋତୁ
ଫୁଲ ହେଇ ତୁ ଫୁଟନ୍ତୁ
ମୋ ବଗିଚା ସାରା, ଆସରା-ଆସରା ପଡ଼ନ୍ତା କି ରଙ୍ଗ ଝରି
ଏମିତି ହୁଅନ୍ତା କି
ଅତୀତ ଆସନ୍ତା ଫେରି
କହନ୍ତି ସେ କଥା ଯାହା
କହିବାକୁ ହେଲା ଡେରି
Поcмотреть все песни артиста
Sanatçının diğer albümleri