Anjali Mishra - Bara Gachha Ohala şarkı sözleri
Sanatçı:
Anjali Mishra
albüm: Dui Dina Manisha Jibana
ବରଗଛ ଓହଳ
ବରଗଛ ଓହଳ
ଆଲୋ ବଉଳଲୋ ବଉଳ
କହ୍ନେଇ ଖାଉଚି ଘିଅ ପଖାଳ
କହ୍ନେଇ ଖାଉଚି ଘିଅ ପଖାଳ
ବର ଅଠା ବହଳ
ବର ଅଠା ବହଳ
ଆଲୋ ବଉଳଲୋ ବଉଳ
କହ୍ନେଇ ନାଉଚି ଦୟଣା ମାଳ
କହ୍ନେଇ ନାଉଚି ଦୟଣା ମାଳ
କାଲି ଭାଙ୍ଗୁଥିଲା ପାଣି ମାଠିଆ
ଆଜି ଭଲ ପାଏ ଭୋଗ କୁଡୁଆ
କାଲି ଧାଉଁଥିଲା ଗୋପୀ ପଛରେ
ଆଜି ଅଚଳ ଲୋ ପାପୀ ଆଗରେ
ଗୋପପୁରେ କରୁଥିଲା ଦହି ଯିଏ ଚୋରି
ସିଏ ପୁଣି ନିଜ ଘରେ ହୋଇଯାଏ ଚୋରି
ଆଲୋ ବଉଳଲୋ ବଉଳ
କାହ୍ନୁକୁ ଦେଖିଲେ ଲାଗେ ବିକଳ
କାହ୍ନୁକୁ ଦେଖିଲେ ଲାଗେ ବିକଳ
କାଲି ଦେଖୁଥିଲା ଗୋପୀ ଗାଧୁଆ
ଆଜି ସ୍ନାନ ତାର ଦେଖେ ଦୁନିଆଁ
କାଲି ମାରୁଥିଲା ଚକ୍ର ବୁଲେଇ
ଆଜି ମାରେ ମଜା ପାନକୁ ଖାଇ
ଫୁଙ୍କୁଥିଲା ଶଙ୍ଖ ଯିଏ ମହାଭାରତରେ
ବାଜି ନାହିଁ ଶଙ୍ଖ ତାର ବଡ଼ଦେଉଳରେ
ଆଲୋ ବଉଳ ଲୋ ବଉଳ
କହ୍ନେଇ ଜାଣେ ତା ମାୟାର ଖେଳ
କହ୍ନେଇ ଜାଣେ ତା ମାୟାର ଖେଳ
ବରଗଛ ଓହଳ
ବରଗଛ ଓହଳ
ଆଲୋ ବଉଳଲୋ ବଉଳ
କହ୍ନେଇ ଖାଉଚି ଘିଅ ପଖାଳ
କହ୍ନେଇ ନାଉଚି ଦୟଣା ମାଳ
କାହ୍ନୁକୁ ଦେଖିଲେ ଲାଗେ ବିକଳ
କହ୍ନେଇ ଜାଣେ ତା ମାୟାର ଖେଳ
Поcмотреть все песни артиста
Sanatçının diğer albümleri