Bhikhari Bala - Jaga Bandhu Jaga şarkı sözleri
Sanatçı:
Bhikhari Bala
albüm: Bada Deula
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
ରତନ ବେଦୀରେ ୫୬ ଭୋଗରେ
ରତନ ବେଦୀରେ ୫୬ ଭୋଗରେ
ବସିଚି କାଇଁଚ ମାଳିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
♪
ବଲ୍ଲଭ ଭୋଗ ତା ଖଇ କୋରା ଦହି
ମାଖନ କଦଳୀ ନଡ଼ିଆ ପାତି
ଖୁଆ, ମଣ୍ଡା ଆଉ ପଇଡ଼ ସହିତେ
କେତେ ବଢା ହୁଏ ଜାତି କି ଜାତି
ରାତି ନପାହୁଣୁ ସଜ ବାଜ ହୋଇ
ରାତି ନପାହୁଣୁ ସଜ ବାଜ ହୋଇ
ଚାହେଁ ବାଙ୍କେ ନିତି ବାଙ୍କ ଚୁଳିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
♪
ସକାଳ ଧୂପରେ ଏଣ୍ଡୁରୀ କନିକା
ଝିଲି ହଂସ କେଳୀ ଅଦା ପାଚେଲି
ଶାଗ ମୁଗ ଆଉ ଯାହା ବା ଯେଉଁଠି
ତା ସାଙ୍ଗକୁ ପୁଣି ଥାଳି ଖେଚେଡି
ଘଡି ଘଡି କେ ସେ ବେଶ ବଦଳାଏ
ଘଡି ଘଡି କେ ସେ ବେଶ ବଦଳାଏ
ଭକତ ଭାବରେ ହୋଇ ଭୋଳିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
♪
ଦିପହରୀଆ ଧୂପରେ ବୁନ୍ଦିଆ
ଆରିସା କାକରା ମରିଚି ପାଣି
ଖଇ ଚୂଳ ଲଡ଼ୁ କଡମ୍ବା ତ୍ରିପୁରି
ଦିଅନ୍ତି ସୁଆରେ ତା ମନ ଜାଣି
ଖଟା ରାଇ ଡାଲି ମହୂର ବେଶର
ଖଟା ରାଇ ଡାଲି ମହୂର ବେଶର
ଖାଉଥାଏ ସେ ତ ନୀଳା ଚଳିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
ସଞ୍ଜୁଆ ଧୂପରେ ଅମାଲୁ ଟାକୁଆ
ମାଠପୋଳି ଆଉ ମଣ୍ଡୁଅ ଭୋଗ
ସୁଆର ପିଠା ସେ ଲାଗେ କେଡେ ମିଠା
ଚଡେଇ ନଦାକୁ ରସା ପାଇକ
ଧୂପ ବଢ଼ିଗଲେ ଆଳତୀ ଉଠଇ
ଧୂପ ବଢ଼ିଗଲେ ଆଳତୀ ଉଠଇ
ହସୁଥାଏ ବସି ହର ରଙ୍ଗିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
♪
ରାତି ଧୂପ ବଡ ସିଂହାର ବେଶ ତା
କଦଳୀ ବରାକୁ କାଞ୍ଜି ପୋଟଳ
ସାନମାଠ ପୁଳି ଘିଅ ତା ସାଥିରେ
ରୂପା ପିଙ୍ଗଣରେ ମିଠା ପଖାଳ
ଖାଇ ପିଇ ଦେଇ, ହୋ
ଖାଇ ପିଇ ଦେଇ ମୋ କଳା କହ୍ନାଇ
ଶୋଇଯାଏ ପାରି ସୁନା ଖଟିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
ରତନ ବେଦୀରେ ୫୬ ଭୋଗରେ
ରତନ ବେଦୀରେ ୫୬ ଭୋଗରେ
ବସିଚି କାଇଁଚ ମାଳିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
ଜଗବନ୍ଧୁ ଜଗା କାଳିଆ ରେ, ଜଗା କାଳିଆ
Поcмотреть все песни артиста
Sanatçının diğer albümleri