Bhikhari Bala - Nandan Sundara şarkı sözleri
Sanatçı:
Bhikhari Bala
albüm: Bada Deula
ନନ୍ଦ ନନ୍ଦନ ସୁନ୍ଦର ଚିତ୍ତଚୋରା
ଶ୍ୟାମ ଶ୍ୟାମଳ ଗୋପାଳ ଗିରିଧରା
ନନ୍ଦ ନନ୍ଦନ ସୁନ୍ଦର ଚିତ୍ତଚୋରା
ଶ୍ୟାମ ଶ୍ୟାମଳ ଗୋପାଳ ଗିରିଧରା
କୁଞ୍ଜେ ମୁରଲୀ ବାଜଇ ରହି-ରହି
କୁଞ୍ଜେ ମୁରଲୀ ବାଜଇ ରହି-ରହି
ମୁଁଯେ ଝୁରି ମରେ ଦିବା-ନିଶି ସାରା
ନନ୍ଦ ନନ୍ଦନ ସୁନ୍ଦର ଚିତ୍ତଚୋରା
ଶ୍ୟାମ ଶ୍ୟାମଳ ଗୋପାଳ ଗିରିଧରା
♪
ପଞ୍ଜ ପୟରେ ନୁପୁର ରୁଣୁ-ଝୁଣୁ
ପାଦେ ଝର-ଝର ଝରେ ଫୁଲ ରେଣୁ
ପଞ୍ଜ ପୟରେ ନୁପୁର ରୁଣୁ-ଝୁଣୁ
ପାଦେ ଝର-ଝର ଝରେ ଫୁଲ ରେଣୁ
ବାଜେ କଟିର କିଙ୍କିଣୀ ମୃଦୁ ନାଦ
ସଖୀ ନାଦ ନୁହେଁ ସେତ ପରମାଦ
ପୀରତି ବୋଳା ସେ କଳା ଆଖି
ପୁଳେ ହୋଇଛି ମାଦକ ମଧୁ ଭରା
ନନ୍ଦ ନନ୍ଦନ ସୁନ୍ଦର ଚିତ୍ତଚୋରା
ଶ୍ୟାମ ଶ୍ୟାମଳ ଗୋପାଳ ଗିରିଧରା
♪
ରଙ୍ଗ ବଧୂଲି ଅଧରେ ହାସ ଛଟା
ବାସ ଅଗୁରୁ ଚନ୍ଦନେ ଗୋଳା ଚିତା
ରଙ୍ଗ ବଧୂଲି ଅଧରେ ହାସ ଛଟା
ବାସ ଅଗୁରୁ ଚନ୍ଦନେ ଗୋଳା ଚିତା
ପିତବାସ ପରିଧାନ ମନଲୋଭା
ପୁରେ ବନଫୁଲ ମାଳ ପାଏ ଶୋଭା
ହୁରୁ କାମକ ମାଳରେ ବାଣ ଟାଣି
କୁଳ କାମିନୀ ମାନସ ଦମ୍ଭହରା
ନନ୍ଦ ନନ୍ଦନ ସୁନ୍ଦର ଚିତ୍ତଚୋରା
ଶ୍ୟାମ ଶ୍ୟାମଳ ଗୋପାଳ ଗିରିଧରା
♪
କେଳି କଦମ୍ବ ମୂଳରେ ନୃତ୍ୟରତ
ନଟ ନାଗର ଲାବଣ୍ୟ ରସଯୁକ୍ତ
କେଳି କଦମ୍ବ ମୂଳରେ ନୃତ୍ୟରତ
ନଟ ନାଗର ଲାବଣ୍ୟ ରସଯୁକ୍ତ
ଶିରେ ମୟୂର ଚନ୍ଦ୍ରିକା ଚାରୁ ଚୂଡ଼ା
କନ୍ଦର ପଦର୍ପ ହରା ଫୁଲ ବେଢ଼ା
ନବ କାନନ କାମିନୀ କୁଞ୍ଜ ତଳେ
ସେଯେ ରାଇ ବିନୋଦିନୀ ମାନହରା
ନନ୍ଦ ନନ୍ଦନ ସୁନ୍ଦର ଚିତ୍ତଚୋରା
ଶ୍ୟାମ ଶ୍ୟାମଳ ଗୋପାଳ ଗିରିଧରା
ନନ୍ଦ ନନ୍ଦନ ସୁନ୍ଦର ଚିତ୍ତଚୋରା
ଶ୍ୟାମ ଶ୍ୟାମଳ ଗୋପାଳ ଗିରିଧରା
Поcмотреть все песни артиста
Sanatçının diğer albümleri