Bhikhari Bala - Dasiya Bauri şarkı sözleri
Sanatçı:
Bhikhari Bala
albüm: Bada Deula
ଦାସିଆ ବାଉରୀ ମୋତେ କରିଦେ ରେ କାଳିଆ
ଗାଇ ତୋ ଭଜନ ମୁଖେ ହୋଇଯାଏ ବାଇଆ, ହୋଇଯାଏ ବାଇଆ
ଦାସିଆ ବାଉରୀ ମୋତେ କରିଦେ ରେ କାଳିଆ
ଗାଇ ତୋ ଭଜନ ମୁଖେ ହୋଇଯାଏ ବାଇଆ, ହୋଇଯାଏ ବାଇଆ
♪
ଧାର-ଧାର ଲୁହ ବୋହି ଭିଜିଯାଉ ନେତ୍ର
ପୁଲକିତ ହେଉ ତନୁ, ଭରିଉଠୁ ଓଠ
ଧାର-ଧାର ଲୁହ ବୋହି ଭିଜିଯାଉ ନେତ୍ର
ପୁଲକିତ ହେଉ ତନୁ, ଭରିଉଠୁ ଓଠ
ତୋର ଅଧା-ଅଧା ହାତ, ଚକା-ଚକା ଆଖି
ନାଚୁ ମୋ ନୟନ ହରି ସଦା ଚକାଡ଼ୋଳିଆ, ହୋଇଯାଏ ବାଇଆ
ଦାସିଆ ବାଉରୀ ମୋତେ କରିଦେ ରେ କାଳିଆ
ଗାଇ ତୋ ଭଜନ ମୁଖେ ହୋଇଯାଏ ବାଇଆ, ହୋଇଯାଏ ବାଇଆ
♪
ନୂଆ ଚାଉଳର ପେଜ ମଧ୍ୟେ ଶାଗ କଳା
ଶାଗ ନୁହେଁ ସେତ ପ୍ରଭୂ ତୋର ପଦ୍ମଡ଼ୋଳା
ନୂଆ ଚାଉଳର ପେଜ ମଧ୍ୟେ ଶାଗ କଳା
ଶାଗ ନୁହେଁ ସେତ ପ୍ରଭୂ ତୋର ପଦ୍ମଡ଼ୋଳା
ସେ ପଦ୍ମଡ଼ୋଳାକୁ ମୋର କୋଟିଏ ଜୁହାର
ରହିଥାଏ ସଦା ରହି ତୋର ପାଦ ତଳିଆ, ହୋଇଯାଏ ବାଇଆ
ଦାସିଆ ବାଉରୀ ମୋତେ କରିଦେ ରେ କାଳିଆ
ଗାଇ ତୋ ଭଜନ ମୁଖେ ହୋଇଯାଏ ବାଇଆ, ହୋଇଯାଏ ବାଇଆ
♪
ଭକତ ଭାବରେ ବନ୍ଧା ତୁ ତ ଭାବଗ୍ରାହି
ଡ଼ାକିଲେ ଗରୁଡ଼ ଖମ୍ବ ପାଶେ ଛିଡ଼ା ହୋଇ
ଭକତ ଭାବରେ ବନ୍ଧା ତୁ ତ ଭାବଗ୍ରାହି
ଡ଼ାକିଲେ ଗରୁଡ଼ ଖମ୍ବ ପାଶେ ଛିଡ଼ା ହୋଇ
ସତେ ପରା ମୋ ହାତରୁ ନେବୁ ତୁହି ନଡ଼ିଆ?
ଭିକାରିର ଏଡ଼େ ଭାଗ୍ୟ ହେବ ସତେ କାଳିଆ, ହୋଇଯାଏ ବାଇଆ
ଦାସିଆ ବାଉରୀ ମୋତେ କରିଦେ ରେ କାଳିଆ
ଗାଇ ତୋ ଭଜନ ମୁଖେ ହୋଇଯାଏ ବାଇଆ, ହୋଇଯାଏ ବାଇଆ, ହୋଇଯାଏ ବାଇଆ
Поcмотреть все песни артиста
Sanatçının diğer albümleri