Bhikhari Bala - Jaga Kaliya Paade şarkı sözleri
Sanatçı:
Bhikhari Bala
albüm: Bada Deula
ଜଗା କାଳିଆ ପାଦେ ଗଲି ଶରଣ
ଜଗା କାଳିଆ ପାଦେ ଗଲି ଶରଣ
ଭୁଲାଣିଆ ଆଖି ଦେଖି ଭରିଗଲା ମୋ ମନ
ଜଗା କାଳିଆ ପାଦେ ଗଲି ଶରଣ
ଜଗା କାଳିଆ ପାଦେ ଗଲି ଶରଣ
♪
ସେ ପାଦେ କଲି ଭରସା
ହେଲି ସିନା ଲୋକହସା
ସେ ପାଦେ କଲି ଭରସା
ହେଲି ସିନା ଲୋକହସା
ବାରେ ନ ଗଲା ମୋ ଦଶା ସାରେ ହେଲା କଷଣ
ଜଗା କାଳିଆ ପାଦେ ଗଲି ଶରଣ
ଜଗା କାଳିଆ ପାଦେ ଗଲି ଶରଣ
♪
ଚକା-ଚକା ଆଖି ଦେଖି
ଆଖି ମୋ ରହିଲା ଲାଖି
ଚକା-ଚକା ଆଖି ଦେଖି
ଆଖି ମୋ ରହିଲା ଲାଖି
ଏ ଦୀନ ଗୁହାରୀ ପ୍ରଭୂ ଦିନେ ହେଲେ ନ ଶୁଣ
ଜଗା କାଳିଆ ପାଦେ ଗଲି ଶରଣ
ଜଗା କାଳିଆ ପାଦେ ଗଲି ଶରଣ
♪
ପତିତପାବନ ବୋଲି
ପତାକା ବାନ୍ଧିଛ ହରି
ପତିତପାବନ ବୋଲି
ପତାକା ବାନ୍ଧିଛ ହରି
ନୀଳଚକ୍ର ନେତ ଚାହିଁ, ନୀଳଚକ୍ର ନେତ ଚାହିଁ ଯାଉ ଏ ମୋ ଜୀବନ
ଜଗା କାଳିଆ ପାଦେ ଗଲି ଶରଣ
ଜଗା କାଳିଆ ପାଦେ ଗଲି ଶରଣ
ଭୁଲାଣିଆ ଆଖି ଦେଖି ଭରିଗଲା ମୋ ମନ
ଜଗା କାଳିଆ ପାଦେ ଗଲି ଶରଣ
ଜଗା କାଳିଆ ପାଦେ ଗଲି ଶରଣ
ଜଗା କାଳିଆ ପାଦେ ଗଲି ଶରଣ
Поcмотреть все песни артиста
Sanatçının diğer albümleri