Kishore Kumar Hits

Bhikhari Bala - Kahuacchi Hetukari şarkı sözleri

Sanatçı: Bhikhari Bala

albüm: Bhabisya Malika


କହୁଅଛି ହେତୁକରି ଶୁଣ ସୁଜ୍ଞଜନ
କଳିରେ କଳଙ୍କି ରୁପ ହେବେ ଭଗବାନ
କପଟରେ ହେ, କରୁଛନ୍ତି ଲୀଳା ଏ ସଂସାରେ
କପଟରେ ହେ

ଗୁପ୍ତ ଅଙ୍ଗେ ଖେଳୁଛନ୍ତି ସିଦ୍ଧ ପୀଠେ ବସି
ଗୁରୁଅଙ୍ଗ ଧରିଣ ସେ ସଂସାରକୁ ଆସି
ଗୁପ୍ତ ରାସ ହେ, ଗୋପୀ ସଙ୍ଗେ ଘେନିଣ ପ୍ରକାଶ
ଗୁପ୍ତ ରାସ ହେ

ବରକୋଳି ଦେଖି ପ୍ରଭୁ କୁପତେ ପ୍ରକାଶି
ଘରେ-ଘରେ ବୁଲୁଛନ୍ତି ହୋଇଣ ସନ୍ୟାସୀ
ବର କୋଳି ଦେଖି ପ୍ରଭୁ କୁପତେ ପ୍ରକାଶି
ଘରେ-ଘରେ ବୁଲୁଛନ୍ତି ହୋଇଣ ସନ୍ୟାସୀ
ଘେନ ସର୍ବେ ହେ, ଘଟଣା କଳଙ୍କୀ ରୁପ ଏବେ
ଘେନ ସର୍ବେ ହେ

ଜନ୍ମ ହୋଇଛନ୍ତି ପ୍ରଭୁ ସତ୍ୟବତୀ ପୁରେ
ଜଗି ବସିଛନ୍ତି ସିଦ୍ଧ ପୀଠର ଉପରେ
ଯାଜପୁରେ ହେ, ଜଗିଛନ୍ତି ଅପୁର ସେଠାରେ
ଯାଜପୁରେ ହେ

ଟାକି ଅଛି ଦୁର୍ଗା ହାତେ ଧରି ଖପରକୁ
ଟାଉ-ଟାଉ ଗିଳି ଦେବ ଧରି ସମସ୍ତଙ୍କୁ
ଟାଣ ଛାଡ ହେ, ଟାଣ ଭାଙ୍ଗିଦେବ
ମଡ-ମଡ ଟାଣ ଛାଡ ହେ

ଠକ-ଠକୁଆ, ଖଚୁଆ ଯେତେ ଏ ସଂସାରେ
ଠିକେଣ ପଡ଼ିବେ ସେହି କାଳିକା ଠକରେ
ଠକ-ଠକୁଆ, ଖଚୁଆ ଯେତେ ଏ ସଂସାରେ
ଠିକେଣ ପଡ଼ିବେ ସେହି କାଳିକା ଠକରେ
ଠକ ଭଣ୍ଡ ହେ, ଠିକଣାରେ କଟା ହେବ ମୁଣ୍ଡ
ଠକ ଭଣ୍ଡ ହେ

ଥଳ-କୁଳ ନରହିବ କହୁଅଛି ବାବା
ଥଣ୍ଟେ ଧରି ଖାଉଥିବେ ଗୁଧ୍ର ସ୍ୱାନ ଶିବା
ଥଟ୍ଟା ଛାଡ ହେ, ଥଟ୍ଟା ଛାଡି ସଦବୁଦ୍ଧି ଧର
ଥଟ୍ଟା ଛାଡ ହେ

କ୍ଷୀରାଧିନାଥ କଳଙ୍କି, ରୂପ ହେଲେ ଯେଣୁ
କ୍ଷିତିରେ କଳଙ୍କି-ଲୀଳା ପ୍ରକାଶୁଛି ତେଣୁ
କ୍ଷମେ ଶୁଣ ହେ, କ୍ଷମା ମାଗେ ହାଡ଼ିଆ ଅଧମ
କ୍ଷମେ ଶୁଣ ହେ, କ୍ଷମା ମାଗେ ହାଡ଼ିଆ ଅଧମ
କ୍ଷମେ ଶୁଣ ହେ, କ୍ଷମା ମାଗେ ହାଡ଼ିଆ ଅଧମ
କ୍ଷମେ ଶୁଣ ହେ

Поcмотреть все песни артиста

Sanatçının diğer albümleri

Benzer Sanatçılar