Bhikhari Bala - Kahichanti Ramachandra şarkı sözleri
Sanatçı:
Bhikhari Bala
albüm: Bhabisya Malika
କହୁଛନ୍ତି ରାମଚନ୍ଦ୍ର ଶ୍ରୀଗୁରୁଙ୍କୁ ଚାହିଁ
କଳିଯୁଗ ଲୀଳା ମୋତେ କହିବା ବୁଝାଇ
କେଉଁ ଗ୍ରାମେ ଜନମ ଯେ ହୋଇବ ଆପଣ?
କହଇ ଅଚ୍ୟୁତ ଗିତେ ରାମଚନ୍ଦ୍ର ଶୁଣ
♪
କ୍ଷୀରନଦୀ ଦକ୍ଷିଣରେ ଲିଙ୍ଗ ନାମେ ଦେଶ
ଖଞ୍ଜିଚି ଧାତା ପଶ୍ଚିମେ ନିଗମ ମହେଶ
ଖ୍ୟାତ ବଟ ଭୁକ୍ତ ତାର ପୂର୍ବ ଭାଗେ ଉଦେ
ଖ୍ୟମିକ ହୋଇ ଅଚ୍ୟୁତ ଗୀତ ପଦେ ଛନ୍ଦେ
♪
ଘୋରକଳି ମହାଘୋର ତମ ଆଚ୍ଛାଦିବ
ଘଟ ଗୁପ୍ତ ହୋଇବ ଯେ କେହି ନ ଜାଣିବ
ଘରଣୀଆ ପଣେ ମୁହିଁ ହରୁଥିବି ଦିନ
ଗୋସଇ ଦିନ ଅଚ୍ୟୁତ ଏକଥା ପ୍ରମାଣ
♪
ନପାଇବେ ଭକ୍ତେ ଖୋଜି, ଭ୍ରମି ନାନା ଦେଶ
ନିଶ୍ଚେ ଖ୍ୟାତ କରିବୁ ଯେ ତୁହି ରାମଦାସ
ଲୀଳା କରୁଥିବି ମୁଁହି ଗୁପତ ଭାବରେ
ନିଷ୍ଠାକରି କହିଲେ ଯେ ଅଚ୍ୟୁତ ଗୀତରେ
♪
ନ ରହିବେ ଦମନ ଯେ, ପଳାଇବେ ଛାଡ଼ି
ନିଶତ ହୋଇଣ ଯିବେ ନିଜ ପଥ ମାଡ଼ି
ନୃପତି ମାନେ ଯେ ମଞ୍ଚେ ନ ରହିବେ କେହି
ନୟନେ ଦେଖିବ ଦିନ ଅଚ୍ୟୁତିକ ହୋଇ
♪
ବଳରାମ ହେବେ ରାଜା, କାହ୍ନୁ ପରିଚାର
ବସି ବସୁ ଧର୍ମାସଭା ଯାଜନନ ଘର
ବିଣା ବାଇ ନାରଦ ଯେ ମିଳିବେ ଛାମୁରେ
ବେଦ ପଢ଼ୁଥିବେ ବ୍ରହ୍ମା ଅଚ୍ୟୁତ ଆଗରେ
♪
କ୍ଷୋଭ ମନେ ଥିବୁ ବାବୁ, ଖ୍ୟାତ ନକରିବୁ
କ୍ଷିତି ମଦ୍ଧେ କାଲ, ଜଡ଼ା ପ୍ରାୟ ରହିଥିବୁ
ଛାଡ଼ିବ ଗାରିମା ତୋର, ଛାଡ଼ିବ ଗାରିମା ତୋର ହୋଇବୁ ନିର୍ମଳ
ଛାର ଅଚ୍ୟୁତ ଦାସର ଏହି ଭାବ ମୂଳ
ଛାର ଅଚ୍ୟୁତ ଦାସର ଏହି ଭାବ ମୂଳ
ଛାର ଅଚ୍ୟୁତ ଦାସର ଏହି ଭାବ ମୂଳ
Поcмотреть все песни артиста
Sanatçının diğer albümleri