Bhikhari Bala - Sunye Kari Prbhu şarkı sözleri
Sanatçı:
Bhikhari Bala
albüm: Shree Mandira
ଶୂନ୍ୟ କରି ପ୍ରଭୁ, ପୁଣ୍ୟ ଶ୍ରୀମନ୍ଦିର
ଗୁଣ୍ଡିଚାରେ ଗଲେ ଚାଲି, ବଡ଼ଦାଣ୍ଡେ ବନ୍ଧୁ
ସାଥେ ଜଗବନ୍ଧୁ, ହେବାପାଇଁ କୋଳାକୋଳି
ଶୂନ୍ୟ କରି ପ୍ରଭୁ, ପୁଣ୍ୟ ଶ୍ରୀମନ୍ଦିର
ଗୁଣ୍ଡିଚାରେ ଗଲେ ଚାଲି
ଶୂନ୍ୟ କରି ପ୍ରଭୁ, ପୁଣ୍ୟ ଶ୍ରୀମନ୍ଦିର
ଗୁଣ୍ଡିଚାରେ ଗଲେ ଚାଲି
ବଡ଼ଦାଣ୍ଡେ ବନ୍ଧୁ, ସାଥେ ଜଗବନ୍ଧୁ
ବଡ଼ଦାଣ୍ଡେ ବନ୍ଧୁ, ସାଥେ ଜଗବନ୍ଧୁ
ହେବାପାଇଁ କୋଳାକୋଳି
ହେବାପାଇଁ କୋଳାକୋଳି
ଶୂନ୍ୟ କରି ପ୍ରଭୁ, ପୁଣ୍ୟ ଶ୍ରୀମନ୍ଦିର
ଗୁଣ୍ଡିଚାରେ ଗଲେ ଚାଲି
ପ୍ରଭୁ, ଗୁଣ୍ଡିଚାରେ ଗଲେ ଚାଲି
♪
ରତ୍ନ ସିଂହାସନ ବିକଳେ କାନ୍ଦୁଛି
ରତ୍ନ ସିଂହାସନ ବିକଳେ କାନ୍ଦୁଛି
ପ୍ରଭୁ ମୋତେ ପୁଣି ପାରିଲେ ମୁରୁଛି
ପ୍ରଭୁ ମୋତେ ପୁଣି ପାରିଲେ ମୁରୁଛି
କେଡ଼େ ଭାଗ୍ୟ ତୋର ନନ୍ଦିଘୋଷ ରଥ
କେଡ଼େ ଭାଗ୍ୟ ତୋର ନନ୍ଦିଘୋଷ ରଥ
କୋଳେ ଧରିଛୁ ଲୋ ପ୍ରଭୁ ଜଗନ୍ନାଥ
କୋଳେ ଧରିଛୁ ଲୋ ପ୍ରଭୁ ଜଗନ୍ନାଥ
ପାଏ କିଏ ହଜାଏ କେ?
ପାଏ କିଏ ହଜାଏ କେ?
ଝୁରୁଛି ଖାଲି, ନାଚୁଛି ସରଧା ବାଲି
ନାଚୁଛି ସରଧା ବାଲି
ଶୂନ୍ୟ କରି ପ୍ରଭୁ, ପୁଣ୍ୟ ଶ୍ରୀମନ୍ଦିର
ଗୁଣ୍ଡିଚାରେ ଗଲେ ଚାଲି
ପ୍ରଭୁ, ଗୁଣ୍ଡିଚାରେ ଗଲେ ଚାଲି
♪
ହାତୀ ପଚାରୁଛି କହରେ ମାହୁନ୍ତ
ହାତୀ ପଚାରୁଛି କହରେ ମାହୁନ୍ତ
କେବେ ଫେରିବେ ମୋ କାଳିଆ ସାଆନ୍ତ?
କେବେ ଫେରିବେ ମୋ କାଳିଆ ସାଆନ୍ତ?
ନୀଳ ଚକ୍ର ନେତ ଠାରି କହେ ହାତ
ନୀଳ ଚକ୍ର ନେତ ଠାରି କହେ ହାତ
ବାହୁଡ଼ିବେ ପ୍ରଭୁ ଉଦ୍ଧାରି ପତିତ
ବାହୁଡ଼ିବେ ପ୍ରଭୁ ଉଦ୍ଧାରି ପତିତ
ହରିବୋଲ ହୁଳହୁଳି, ହରିବୋଲ ହୁଳହୁଳି
ପଡ଼େ ଉଛୁଳି
ନନ୍ଦିଘୋଷ ଯାଏ ଚାଲି, ନନ୍ଦିଘୋଷ ଯାଏ ଚାଲି
ଶୂନ୍ୟ କରି ପ୍ରଭୁ, ପୁଣ୍ୟ ଶ୍ରୀମନ୍ଦିର
ଗୁଣ୍ଡିଚାରେ ଗଲେ ଚାଲି
ବଡ଼ଦାଣ୍ଡେ ବନ୍ଧୁ, ସାଥେ ଜଗବନ୍ଧୁ
ବଡ଼ଦାଣ୍ଡେ ବନ୍ଧୁ, ସାଥେ ଜଗବନ୍ଧୁ
ହେବାପାଇଁ କୋଳାକୋଳି
ଗୁଣ୍ଡିଚାରେ ଗଲେ ଚାଲି
Поcмотреть все песни артиста
Sanatçının diğer albümleri