Bhikhari Bala - Mun Ta Asichhi şarkı sözleri
Sanatçı:
Bhikhari Bala
albüm: Shree Mandira
ମୁଁ ତ ଆସିଛି, ମୁଁ ଚାଲିଯିବି
ତୁ ଥିବୁ କାଳିଆ ସୁନା
ତୁ ଥିବୁ କାଳିଆ ସୁନା ରେ
ତୁ ଥିବୁ କାଳିଆ ସୁନା
ଜିିଇଁଥିବା ଯାଏ, ଜିିଇଁଥିବା ଯାଏ ଦରଶନ ତୋର
କରିବୁନି ମତେ ମନା
ତୁ ଥିବୁ କାଳିଆ ସୁନା ରେ
ତୁ ଥିବୁ କାଳିଆ ସୁନା
♪
ବୟସ, ଆୟୁଷ କମି ଯାଉ ପଛେ
ଦୋଷ ମୋ ନହେଉ ଘେନା
ବୟସ, ଆୟୁଷ କମି ଯାଉ ପଛେ
ଦୋଷ ମୋ ନହେଉ ଘେନା
କଳା ମୁଁହ ଚାହିଁ, ଲୁହ ଢ଼ାଳି ବାକୁ
କଳା ମୁଁହ ଚାହିଁ, ଲୁହ ଢ଼ାଳି ବାକୁ
କରିବୁନି ମତେ ମନା
ତୁ ଥିବୁ କାଳିଆ ସୁନା ରେ
ତୁ ଥିବୁ କାଳିଆ ସୁନା
♪
ଦିନରାତି ବିତୁ ଭୋକ, ଉପାସରେ
ମତେ ତ ନ ମିଳୁ ଦାନା
ଦିନରାତି ବିତୁ ଭୋକ ଉପାସରେ
ମତେ ତ ନ ମିଳୁ ଦାନା
ଶ୍ରୀଅଙ୍ଗ ତୁଳସୀ, ପାଦୁକ ଆଳତୀ
ଶ୍ରୀଅଙ୍ଗ ତୁଳସୀ, ପାଦୁକ ଆଳତୀ
କରିବୁନି ମତେ ମନା
ତୁ ଥିବୁ କାଳିଆ ସୁନା ରେ
ତୁ ଥିବୁ କାଳିଆ ସୁନା
♪
ଦୁଃଖ ପରେ ଦୁଃଖ ବୋଝ ହୋଇଯାଉ
ସୁଖ ମୋର ହେଉ ଚୁନା
ଦୁଃଖ ପରେ ଦୁଃଖ ବୋଝ ହୋଇଯାଉ
ସୁଖ ମୋର ହେଉ ଚୁନା
ସିଂହ ଦରଜାରୁ ରତ୍ନ ସିଂହାସନ
ସିଂହ ଦରଜାରୁ ରତ୍ନ ସିଂହାସନ
କରିବୁନି ମତେ ମନା
ତୁ ଥିବୁ କାଳିଆ ସୁନା ରେ
ତୁ ଥିବୁ କାଳିଆ ସୁନା
♪
ଏ ଛାର ଜୀବନ, ମାନ ସନମାନ
ତୋ ଆଗେ ନିମିତ ସିନା
ଏ ଛାର ଜୀବନ, ମାନ ସନମାନ
ତୋ ଆଗେ ନିମିତ ସିନା
ସରଗ ଦୁଆରେ ଜୁଇ କାଠ ଖଣ୍ଡେ
ସରଗ ଦୁଆରେ ଜୁଇ କାଠ ଖଣ୍ଡେ
କରିବୁନି ମତେ ମନା
ତୁ ଥିବୁ କାଳିଆ ସୁନା ରେ
ତୁ ଥିବୁ କାଳିଆ ସୁନା
ମୁଁ ତ ଆସିଛି, ମୁଁ ଚାଲିଯିବି
ତୁ ଥିବୁ କାଳିଆ ସୁନା ରେ
ତୁ ଥିବୁ କାଳିଆ ସୁନା ରେ
ତୁ ଥିବୁ କାଳିଆ ସୁନା
ଜିିଇଁଥିବା ଯାଏଁ, ଜିିଇଁଥିବା ଯାଏଁ ଦରଶନ ତୋର
କରିବୁନି ମତେ ମନା
ତୁ ଥିବୁ କାଳିଆ ସୁନା ରେ
ତୁ ଥିବୁ କାଳିଆ ସୁନା ରେ
ତୁ ଥିବୁ କାଳିଆ ସୁନା
Поcмотреть все песни артиста
Sanatçının diğer albümleri