Kishore Kumar Hits

Bhikhari Bala - Jagabandhu Pari şarkı sözleri

Sanatçı: Bhikhari Bala

albüm: Aahe Nila Saila


ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ
ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ
ଚଉଦ ଭୁବନ ବାରତା ଜାଣନ୍ତି
ଚଉଦ ଭୁବନ ବାରତା ଜାଣନ୍ତି
ଚକ୍ରରେ ଛେଦନ୍ତି ଆରତ, ନାହିଁ ନାହିଁ ତ
ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ

ଯେତେବେଳେ କୃଷ୍ଣ ଗୋପପୁରେ ଥିଲେ
ଅକୃର ଆଣିନ ଗଲା ତ
ଯେତେବେଳେ କୃଷ୍ଣ ଗୋପପୁରେ ଥିଲେ
ଅକୃର ଆଣିନ ଗଲା ତ
ଗାଈ ଦୁହୁଁ ଦୁହୁଁ, କେଶ ଫିଟିଗଲା
ଗାଈ ଦୁହୁଁ ଦୁହୁଁ, କେଶ ଫିଟିଗଲା
ଚତୁର୍ଭୁଜ ହେଲେ ଅନନ୍ତ, ନାହିଁ ନାହିଁ ତ
ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ

ସୁଗ୍ରୀବର ସଙ୍ଗେ ମଇତ୍ର ହୋଇଣ
ବାଳୀକି ବିନାଶ କଲେ ତ
ରାବଣ ଭ୍ରାତା ଯେ ଶରଣ ପୋଷିଲା
ରାବଣ ଭ୍ରାତା ଯେ ଶରଣ ପୋଷିଲା
ଲଙ୍କାଗଡ଼ ତାକୁ ଦେଲେ ତ, ନାହିଁ ନାହିଁ ତ
ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ

ଏମନ୍ତ ସାମନ୍ତ ତ୍ରିଭୁବନେ ନାହିଁ
ନାଶନେ ଆରତୀ ଆରତ
କହେ ଦୀନକୃଷ୍ଣ ଦାସ ସେ ଶ୍ରୀକୃଷ୍ଣ
କହେ ଦୀନକୃଷ୍ଣ ଦାସ ସେ ଶ୍ରୀକୃଷ୍ଣ
ପଦ୍ମପାଦ ଚିତ୍ତେ ଧ୍ୟାୟୀ ତ, ନାହିଁ ନାହିଁ ତ
ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ
ଚଉଦ ଭୁବନ ବାରତା ଜାଣନ୍ତି
ଚଉଦ ଭୁବନ ବାରତା ଜାଣନ୍ତି
ଚକ୍ରରେ ଛେଦନ୍ତି ଆରତ, ନାହିଁ ନାହିଁ ତ
ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ
ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ
ନାହିଁ ନାହିଁ ତ

Поcмотреть все песни артиста

Sanatçının diğer albümleri

Benzer Sanatçılar