Bhikhari Bala - Neelachakre Ho şarkı sözleri
Sanatçı:
Bhikhari Bala
albüm: Aahe Nila Saila
ନୀଳଚକ୍ରେ ହୋ, ଦେଖ ଉଡ଼ୁଛି ବାନା
ନୀଳଚକ୍ରେ ହୋ, ଦେଖ ଉଡ଼ୁଛି ବାନା
ନୀଳଚକ୍ରେ ହୋ...
ପତିତ ପାବନ, ପତିତ ପାବନ
ପତିତ ପାବନ ନାମଟି ଯା' ନାଆ
ନୀଳଚକ୍ରେ ହୋ, ଦେଖ ଉଡ଼ୁଛି ବାନା
ନୀଳଚକ୍ରେ ହୋ...
♪
ଆସ ଆସ ବୋଲି ପାତକିମାନଙ୍କୁ
ଆସ ଆସ ବୋଲି ପାତକିମାନଙ୍କୁ
ଡାକୁଅଛି ପରା ସଙ୍ଗାତ ନାଆ
ନେତଧ୍ବଜା ବର ଉଡ଼ି ଫର-ହର
ନେତଧ୍ବଜା ବର ଉଡ଼ି ଫର-ହର
ଉଡ଼ାଇ ଦେଉଛି ଭବ ଯାତନା
ନୀଳଚକ୍ରେ ହୋ, ଦେଖ ଉଡ଼ୁଛି ବାନା
ନୀଳଚକ୍ରେ ହୋ...
♪
ସଳଖ ସୁନ୍ଦର ବଡ଼ଦାଣ୍ଡ ଶୋଭା
ମର୍ତ୍ତ୍ୟ ମଣ୍ଡଳରେ କାହିଁ ଅଛି ନାଆ?
ସରଧା ବାଲିରୁ ସ୍ବର୍ଗଦ୍ଵାର ଯାଏ
ସରଧା ବାଲିରୁ ସ୍ବର୍ଗଦ୍ଵାର ଯାଏ
ଗହଳ ଚହଳ ନୁହେଁ କଳନା
ନୀଳଚକ୍ରେ ହୋ, ଦେଖ ଉଡ଼ୁଛି ବାନା
ନୀଳଚକ୍ରେ ହୋ...
♪
ପାପଛଡାପୁରେ ବାସ କରିବାକୁ
ଯାହାକୁ ତାହାକୁ ନୁହଁଇ ମନା
ଆଚାଣ୍ଡାଳ ବିପ୍ର ପତ୍ରକେ ଭୁଞ୍ଜିବା
ଆଚାଣ୍ଡାଳ ବିପ୍ର ପତ୍ରକେ ଭୁଞ୍ଜିବା
ବଡ ଆଚମ୍ବିତ ଲାଗଇ କି ନା?
ନୀଳଚକ୍ରେ ହୋ, ଦେଖ ଉଡ଼ୁଛି ବାନା
ନୀଳଚକ୍ରେ ହୋ...
♪
ଗୌରଦିଜ ଭଣୀ ଶ୍ରୀକ୍ଷେତ୍ର ରହୋଣି
ଗୌରଦିଜ ଭଣୀ ଶ୍ରୀକ୍ଷେତ୍ର ରହୋଣି
ପାଇଁ କରୁଥାଏ ସଦା ଭାବନା
ସତେ ହେବେ ସାହା ବାଳିଆ ବାହା
ସତେ ହେବେ ସାହା ବାଳିଆ ବାହା
ସମ୍ପୂର୍ଣ କରିବି ମନକାମନା
ନୀଳଚକ୍ରେ ହୋ, ଦେଖ ଉଡ଼ୁଛି ବାନା
ନୀଳଚକ୍ରେ ହୋ...
ପତିତ ପାବନ, ପତିତ ପାବନ
ପତିତ ପାବନ ନାମଟି ଯା' ନାଆ
ନୀଳଚକ୍ରେ ହୋ, ଦେଖ ଉଡ଼ୁଛି ବାନା
ନୀଳଚକ୍ରେ ହୋ...
Поcмотреть все песни артиста
Sanatçının diğer albümleri