Kishore Kumar Hits

Bhikhari Bala - Dayakara Dinabandhu şarkı sözleri

Sanatçı: Bhikhari Bala

albüm: Jagabandhu Hey Gosain


ବିପଦ ଧାଡ଼ି ଯେତେ ମାଡି ପଡୁଛି
କେତେ ହେ କହିବି ମନେ ହେଜି?
ସିଂହ-ମୃଗ ଆଗେ ପରାଏ ତରଙ୍ଗେ
ଧଇର୍ଯ୍ୟ ବନ୍ଧ ଯାଉଛି ଭାଜି
ଯେତେ ରୁପେ ଦଣ୍ଡ ଦୁଃଖ ଦେଉଅଛି
କହିବାକୁ ମୋତେ ଆସୁନାହିଁ
ଯେତେ ଥିଲା ଆସ, ଆହେ, ପିତବାସ
ଏବେ ତୁମ୍ଭ ନିରାଶକୁ ଚାହିଁ

ପ୍ରଭୁ ହୋଇ କୃପା ନ କରୁଛ କିମ୍ପା?
ଦିନପତିତ ଜନଙ୍କ ଠାରେ
ଅତିଂହି ନିରାଶ ପଣ କରିବାରେ
ଭାସିଗଲେ ଗଲେ ଶୋକ ନଦୀ ଧାରେ
ଥାଉ ପ୍ରଭୁପଣ କରୁଣା କୃପଣ
ସେବାରୁ ନୀତିକୁ ନଆସଇ
ବୁଡୁଥିଲେ ଭେଳା ତହିଁ କଲେ ହେଳି
ଦାରୁଣ ପଣ କିଏ ନୁହଇଁ

କରୁଣା ନାବିକ ନାବ ଥାଉ କୂଳେ
ଖେଦ ଜଳ ଧୀରେ ଗଲି ବୁଡି
ତରଳ ତରଙ୍ଗ ଭଉଁରୀ ପ୍ରଖର
ଏମନ୍ତ ନଦୀରେ ଦେଲ ଛାଡ଼ି
ମୁଁ ଯେ ମଲେ ମଲି, ଭାସି ଗଲେ ଗଲି
ମୁଁ ଯେ ମଲେ ମଲି, ଭାସି ଗଲେ ଗଲି
ତୁମ୍ଭଙ୍କୁ ସିନା ଏ ଅସୁନ୍ଦର
ତୁମ୍ଭ ନାମ ଧରି ହେବା ଏତେ ସରି
ଜଗତେ କିବା ବୋଲିବେ ନର
ତୁମ୍ଭ ନାମ ଧରି ହେବା ଏତେ ସରି
ଜଗତେ କିବା ବୋଲିବେ ନର

ମୋତେ ଏ ଦୁର୍ଗତି ଯେତେ ନ ବାଧଇ
ତୁମ୍ଭ ନିନ୍ଦା ଲାଜେ ମରୁଅଛି
ପୂର୍ବର କରୁଣା ଏବେ ଦେଖି ଉଣା
ନିଶିଦିବା ମନେ ଝୁରୁଅଛି
ପୂର୍ବର କରୁଣା ଏବେ ଦେଖି ଉଣା
ନିଶିଦିବା ମନେ ଝୁରୁଅଛି

Поcмотреть все песни артиста

Sanatçının diğer albümleri

Benzer Sanatçılar