Kishore Kumar Hits

Bhikhari Bala - Badhila Jani Khhama şarkı sözleri

Sanatçı: Bhikhari Bala

albüm: Jagabandhu Hey Gosain


ବାଧିଲା ଜାଣି କ୍ଷମା କର ନୋହିଲେ ରମା-ରମଣ ଦାଣ୍ଡେ ଦିଅ ଟାଳି
ତୁମ୍ଭଙ୍କୁ ଜଗନ୍ନାଥ ଆଜ ମୋ ମନୋରଥ ଭରତି କରିଦେବି ଗାଳି
ହେ, କୃପାନିଧି
କରୁଣାସିନ୍ଧୁ ବୋଲି କରି, କହନ୍ତି ବୁଧେ ଡରି ମରି
କାଳସର୍ପ ଆପଣ, କବଳ କର ପ୍ରାଣ ପବନମାନଙ୍କୁ ସବୁରି
ହେ, କୃପାନିଧି

ଜଳଧି ଅନ୍ତେ ନିଜ ଘର ଦେବାଧିରାଜ ବୁଡ଼ାଇ ଦେଇଛି ଆପଣ
ତୁମ୍ଭରି ସିନା ଘେନ ଆଶ୍ଚର୍ଯ୍ୟ ନୁହେଁ ଆନ ଜନର ଘରବୁଡ଼ା ପଣ
ହେ, କୃପାନିଧି
ଭୁଜଙ୍ଗ ସାମ୍ୟ ଆମ୍ଭ ତୁଲେ, ବତାଅ ବୋଲି ଆଜ୍ଞା ହେଲେ
ମୁଁ ନୁହେଁ ଘର ବୁଡ଼ା ବତାଇବାକୁ ଛିଡ଼ା ହୋଇଛି ବତାଇବି ଭଲେ
ହେ, କୃପାନିଧି

ତାହାକୁ ବୋଲି ଚକ୍ରୀ, ଚକ୍ର ଥିବାରୁ ଚକ୍ରୀ ତୁମ୍ଭେ ତ ବୋଲାଅ ମଣ୍ଡଳେ
ବେଭାରେ କୁଣ୍ଡଳୀ ସେ ଆପଣ ତ ବିଶେଷେ ଭୂଷିତ ମକର କୁଣ୍ଡଳେ
ହେ, କୃପାନିଧି
ଅଦୃଶ୍ୟ ହେବାରୁ ତା' ପାଦ, ତାହାକୁ ବୋଲି ଗୃଢ଼ପାଦ
ଆପଣ ଚରଣ ତ ବିରଞ୍ଚି କୁ ଗୁପତ କାହିଁ, ତା'ଠାରୁ ତୁମ୍ଭ ଭେଦ
ହେ, କୃପାନିଧି

କହଇ କବିସୂର୍ଯ୍ୟ, ନାଥ ନୁହ ଅଧର୍ଯ୍ୟ, ଏଣିକି ମହତ ନ ଯାଉ
ମୁଁ ତୁମ୍ଭ ପରିଚାର ଜାଣିଲେ କି ବିଚାର ଇତରେ ନ ଜାଣନ୍ତୁ ଆଉ
ହେ, କୃପାନିଧି
ଯେତେବେଳେ ମୋ ଅନ୍ତ ହେବ, ଏତିକି ମାତ୍ର ମୋତେ ଦେବ
ପରେ ତରାଟ ଦ୍ଵାର ସୀମାରୁ ପରିହାର କରାଇ, ଯହିଁ ତହିଁ ନେବ
ହେ, କୃପାନିଧି, ଏତିକି ମାତ୍ର ମୋତେ ଦେବ
ଯେତେବେଳେ ମୋ ଅନ୍ତ ହେବ

Поcмотреть все песни артиста

Sanatçının diğer albümleri

Benzer Sanatçılar