Kishore Kumar Hits

Bhikhari Bala - Kahinki Asichu Mana şarkı sözleri

Sanatçı: Bhikhari Bala

albüm: Jagabandhu Hey Gosain


କାହିଁକି ଆସିଛୁ ମନ?
କିସ ନେବା ପାଇଁ ତ?
କାହିଁକି ଆସିଛୁ ମନ?
କିସ ନେବା ପାଇଁ ତ?
ଆସିଅଛୁ ଲଙ୍ଗଳା ତୁ
ଆସିଅଛୁ ଲଙ୍ଗଳା ତୁ
ଯିବୁ ଶୂନ୍ୟ ହୋଇ ତ
କାହିଁକି ଆସିଛୁ ମନ?

ମାଟି-ଘଟ ପଞ୍ଜୁରୀ
ସୁବର୍ଣ୍ଣ-ଘଟ ଶୁଆ ତ
ମାଟି-ଘଟ ପଞ୍ଜୁରୀ
ସୁବର୍ଣ୍ଣ-ଘଟ ଶୁଆ ତ
ଅଠା-କାଠି ଲଗାଇଛି
ଅଠା-କାଠି ଲଗାଇଛି
ଭାବ ବିନୋଦିଆ ତ
କାହିଁକି ଆସିଛୁ ମନ?
କିସ ନେବା ପାଇଁ ତ?
କାହିଁକି ଆସିଛୁ ମନ?

ମାତା କାନ୍ଦେ ପୁତ୍ର-ପୁତ୍ର
ଭଗ୍ନି କାନ୍ଦେ ଭାଇ ତ
ମାତା କାନ୍ଦେ ପୁତ୍ର-ପୁତ୍ର
ଭଗ୍ନି କାନ୍ଦେ ଭାଇ ତ
ଘରର ଘରଣୀ କାନ୍ଦେ
ଘରର ଘରଣୀ କାନ୍ଦେ
ପର ପୁଅ ପାଇଁ ତ
କାହିଁକି ଆସିଛୁ ମନ?
କିସ ନେବା ପାଇଁ ତ?
କାହିଁକି ଆସିଛୁ ମନ?

ଯାହାକୁ ତୁ ଵିଭା ହେଲୁ
ଶାଢୀ-ଶଙ୍ଖା ଦେଇ ତ
ଯାହାକୁ ତୁ ଵିଭା ହେଲୁ
ଶାଢୀ-ଶଙ୍ଖା ଦେଇ ତ
ସେହି ତୋତେ ଖାଉ ଥିବ
ସେହି ତୋତେ ଖାଉ ଥିବ
ଦେବୀ ରୂପ ହୋଇ ତ
କାହିଁକି ଆସିଛୁ ମନ?
କିସ ନେବା ପାଇଁ ତ?
କାହିଁକି ଆସିଛୁ ମନ?

ଭାଇ ବୋଲ ବନ୍ଧୁ ବୋଲ
ସମ୍ପଦର ସାଥୀ ତ
ଭାଇ ବୋଲ ବନ୍ଧୁ ବୋଲ
ସମ୍ପଦର ସାଥୀ ତ
ଜୀବ ଯିବାବେଳେ ଏକା
ଜୀବ ଯିବାବେଳେ ଏକା
ଗୋବିନ୍ଦ ସାଥୀ ତ
କାହିଁକି ଆସିଛୁ ମନ?
କିସ ନେବା ପାଇଁ ତ?
କାହିଁକି ଆସିଛୁ ମନ?

ବନସ୍ଥରୁ କାଠ ଆଣି
ଲଗାଇବେ ଜୁଇ ତ
ବନସ୍ଥରୁ କାଠ ଆଣି
ଲଗାଇବେ ଜୁଇ ତ
ମିଳିଣ ଭାଇ-ବାନ୍ଧବେ
ମିଳିଣ ଭାଇ-ବାନ୍ଧବେ
ନେବେଟି ଶ୍ମଶାନେ ତ
କାହିଁକି ଆସିଛୁ ମନ?
କିସ ନେବା ପାଇଁ ତ?
କାହିଁକି ଆସିଛୁ ମନ?

ଫିଙ୍ଗିବେ ହାଣ୍ଡି କୁଣ୍ଢେଇ
ଛିଞ୍ଚିବେ ଗୋମୟ ତ
ଫିଙ୍ଗିବେ ହାଣ୍ଡି କୁଣ୍ଢେଇ
ଛିଞ୍ଚିବେ ଗୋମୟ ତ
ପବିତ୍ର ଅଙ୍ଗ ହୋଇବେ
ପବିତ୍ର ଅଙ୍ଗ ହୋଇବେ
ଦଶଦିନେ ଯାଇ ତ
କାହିଁକି ଆସିଛୁ ମନ?
କିସ ନେବା ପାଇଁ ତ?
କାହିଁକି ଆସିଛୁ ମନ?

ବନ୍ଧୁ-ବାନ୍ଧବ ଚଳିବେ
ଯେ ଯାହା ଭୁବନେ ତ
ବନ୍ଧୁ-ବାନ୍ଧବ ଚଳିବେ
ଯେ ଯାହା ଭୁବନେ ତ
ଏ ଜୀବନେ ନାହିଁ ଆଶା
ଏ ଜୀବନେ ନାହିଁ ଆଶା
ହରି-ହରି ବୋଲ ତ
କାହିଁକି ଆସିଛୁ ମନ?
କିସ ନେବା ପାଇଁ ତ?
କାହିଁକି ଆସିଛୁ ମନ?
ଆସିଅଛୁ ଲଙ୍ଗଳା ତୁ
ଆସିଅଛୁ ଲଙ୍ଗଳା ତୁ
ଯିବୁ ଶୂନ୍ୟ ହୋଇ ତ
କାହିଁକି ଆସିଛୁ ମନ?
କିସ ନେବା ପାଇଁ ତ?
କାହିଁକି ଆସିଛୁ ମନ?

Поcмотреть все песни артиста

Sanatçının diğer albümleri

Benzer Sanatçılar