Bhikhari Bala - Radhe Gobinda Radhe şarkı sözleri
Sanatçı:
Bhikhari Bala
albüm: Jagabandhu Hey Gosain
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ନନ୍ଦ ନନ୍ଦନ ବଇଁଶୀ ବଦନ
ନନ୍ଦ ନନ୍ଦନ ବଇଁଶୀ ବଦନ
ବୃନ୍ଦାବନ ଚନ୍ଦ୍ର ଭଜରେ
ମନ ବୃନ୍ଦାବନ ଚନ୍ଦ୍ର ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
♪
ମାୟା, ମୋହ, ହିଂସା, କାମ, କ୍ରୋଧ, ଲୋଭ
ଏହାଙ୍କ ସଙ୍ଗତେ କିମ୍ପାଇ ମଜ?
ମାୟା, ମୋହ, ହିଂସା, କାମ, କ୍ରୋଧ, ଲୋଭ
ଏହାଙ୍କ ସଙ୍ଗତେ କିମ୍ପାଇ ମଜ?
ହରେ ରାମ କୃଷ୍ଣ ଅମୃତ ସାଗର
ହରେ ରାମ କୃଷ୍ଣ ଅମୃତ ସାଗର
ସାଧୁ ଜନ ପାଶେ ପଚାରି ବୁଝ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
♪
ହରିଣୀ ବିପତ୍ତି ହରିଲେ ଶ୍ରୀପତି
ଗ୍ରାହମାରି ତରି ରଖିଲେ ଗଜ
ହରିଣୀ ବିପତ୍ତି ହରିଲେ ଶ୍ରୀପତି
ଗ୍ରାହମାରି ତରି ରଖିଲେ ଗଜ
ଏବେ ନୀଳାଚଳେ ରହି ଜଗନ୍ନାଥେ
ଏବେ ନୀଳାଚଳେ ରହି ଜଗନ୍ନାଥେ
ଭକ୍ତ ପାଇଁ ଟେକି ଅଛନ୍ତି ଭୂଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
♪
ଇନ୍ଦ୍ର ବିବାଦରେ ମନ୍ଦର ଧଇଲେ
ହାରି ସୁରପତି ପାଇଲା ଲାଜ
ଇନ୍ଦ୍ର ବିବାଦରେ ମନ୍ଦର ଧଇଲେ
ହାରି ସୁରପତି ପାଇଲା ଲାଜ
ଗୌର ଚରଣ ଶରଣ ମାଗଇ
ଗୌର ଚରଣ ଶରଣ ମାଗଇ
କାରଣ କରିବେ ଦେବାଧୀରାଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ନନ୍ଦ ନନ୍ଦନ ବଇଁଶୀ ବଦନ
ନନ୍ଦ ନନ୍ଦନ ବଇଁଶୀ ବଦନ
ବୃନ୍ଦାବନ ଚନ୍ଦ୍ର ଭଜରେ
ମନ ବୃନ୍ଦାବନ ଚନ୍ଦ୍ର ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
ରାଧେ ଗୋବିନ୍ଦ ଭଜ
Поcмотреть все песни артиста
Sanatçının diğer albümleri