Kishore Kumar Hits

Bhikhari Bala - Bhagabata Bhajana Mala şarkı sözleri

Sanatçı: Bhikhari Bala

albüm: Khanjani Bhajan


ଭାଗବତ ଭଜନ ମାଳା
ମନସୂତ୍ରେ ଗୁନ୍ଥି ନକର ହେଳା
ଭାଗବତ ଭଜନ ମାଳା
ମନସୂତ୍ରେ ଗୁନ୍ଥି, ମନସୂତ୍ରେ ଗୁନ୍ଥି
ମନସୂତ୍ରେ ଗୁନ୍ଥି ନକର ହେଳା
ଭାଗବତ ଭଜନ ମାଳା
ମନସୂତ୍ରେ ଗୁନ୍ଥି, ମନସୂତ୍ରେ ଗୁନ୍ଥି
ମନସୂତ୍ରେ ଗୁନ୍ଥି ନକର ହେଳା
ଭାଗବତ ଭଜନ ମାଳା

ପ୍ରଥମ, ଦ୍ବିତୀୟ, ତୃତୀୟ ରେ ପୁଣି
ବ୍ରହ୍ମାଣ୍ଡ ସର୍ଜନା ଯୋହୁଁ ହୋଇଲା
ଚତୁର୍ଥ ରେ ଧ୍ରୁବ ତପ ଆଚରିଣ
ପରଞ୍ଜନ ଦିବ୍ୟ ଜ୍ଞାନ ପାଇଲା
ଭାଗବତ ଭଜନ ମାଳା
ମନସୂତ୍ରେ ଗୁନ୍ଥି ନକର ହେଳା
ଭାଗବତ ଭଜନ ମାଳା

ପଞ୍ଚମରେ ପୃଥ୍ବୀ ସପ୍ତ ଭାଗ କରି
ବାଣ୍ଟିଣ ଭାରତ ପୁତ୍ରଙ୍କୁ ଦେଲା
ଷଷ୍ଠେ ପାପୀ ଅଜାନିଳ ଅନ୍ତକାଳେ
ନାରାୟଣ ନାମ ମୁଖେ ଧରିଲା
ଭାଗବତ ଭଜନ ମାଳା
ମନସୂତ୍ରେ ଗୁନ୍ଥି ନକର ହେଳା
ଭାଗବତ ଭଜନ ମାଳା

ସପ୍ତମ ସ୍କନ୍ଧରେ ପ୍ରହଲ୍ଲାଦ ଜନ୍ମ
ହିରଣାକ୍ଷ ବିଦାରଣ ହୋଇଲା
ଅଷ୍ଟମରେ ପୁଣି ସମୁଦ୍ର ମନ୍ଥନ
ଗଜ କୁମ୍ଭୀରଙ୍କ ଯୁଦ୍ଧ ଲାଗିଲା
ଭାଗବତ ଭଜନ ମାଳା
ମନସୂତ୍ରେ ଗୁନ୍ଥି ନକର ହେଳା
ଭାଗବତ ଭଜନ ମାଳା
ମନସୂତ୍ରେ ଗୁନ୍ଥି, ମନସୂତ୍ରେ ଗୁନ୍ଥି
ମନସୂତ୍ରେ ଗୁନ୍ଥି ନକର ହେଳା
ଭାଗବତ ଭଜନ ମାଳା
ମନସୂତ୍ରେ ଗୁନ୍ଥି ନକର ହେଳା
ଭାଗବତ ଭଜନ ମାଳା

ନବମ ସ୍କନ୍ଧରେ ବଂଶାନୁ ଚରିତ
ଦଶମରେ କହ୍ନାଇ ଜନମ ହେଲା
ଗୋପ-ବୃନ୍ଦାବନ-ମଥୁରା-ଦ୍ୱାରକା
ବାଲ୍ୟ-ଲୀଳା ଭାବ ଏଠୁ ସରିଲା
ଭାଗବତ ଭଜନ ମାଳା
ମନସୂତ୍ରେ ଗୁନ୍ଥି ନକର ହେଳା
ଭାଗବତ ଭଜନ ମାଳା

ଏକାଦଶ ସ୍କନ୍ଧେ ତତ୍ତ୍ଵ ନିରୂପଣ
ଉଦ୍ଧବେ ଶ୍ରୀହରି କରୁଣା ହେଲା
ଦ୍ବାଦଶ ସ୍କନ୍ଧରେ ଆଗତ ଭବିଷ୍ୟ
ଶଙ୍ଖେ ପକ୍ଷ ବଳ ବର୍ଣ୍ଣନା ହେଲା
ଭାଗବତ ଭଜନ ମାଳା
ମନସୂତ୍ରେ ଗୁନ୍ଥି ନକର ହେଳା
ଭାଗବତ ଭଜନ ମାଳା

ପ୍ରଥମ ଠାରୁ ଦ୍ବାଦଶ ସ୍କନ୍ଧ ଯାଏଁ
ଶୁକ ମୁଖ ପରି ଗୀତ ଶୁଣିଲା
ଶ୍ରୀକୃଷ୍ଣ ଚରଣେ ଚିତ୍ତବୃତ୍ତି ରହୁ
ଜଗନ୍ନାଥ ଦାସ ଗୀତେ କହିଲା
ଭାଗବତ ଭଜନ ମାଳା
ମନସୂତ୍ରେ ଗୁନ୍ଥି ନକର ହେଳା
ଭାଗବତ ଭଜନ ମାଳା
ମନସୂତ୍ରେ ଗୁନ୍ଥି, ମନସୂତ୍ରେ ଗୁନ୍ଥି
ମନସୂତ୍ରେ ଗୁନ୍ଥି ନକର ହେଳା
ଭାଗବତ ଭଜନ ମାଳା
ମନସୂତ୍ରେ ଗୁନ୍ଥି ନକର ହେଳା
ଭାଗବତ ଭଜନ ମାଳା

Поcмотреть все песни артиста

Sanatçının diğer albümleri

Benzer Sanatçılar