Bhikhari Bala - Kaliaare Mate To Deule Kara Suaara şarkı sözleri
Sanatçı:
Bhikhari Bala
albüm: Mahabahu
କାଳିଆ ରେ ମୋତେ ତୋ ଦେଉଳେ କର ସୁଆର
କାଳିଆ ରେ ମୋତେ ତୋ ଦେଉଳେ କର ସୁଆର
ଶିରିପା ଖଣ୍ଡିଏ ବାନ୍ଧିଦେ ମୋ ଶିରେ
ଶିରିପା ଖଣ୍ଡିଏ ବାନ୍ଧିଦେ ମୋ ଶିରେ
ହୋଇଥିବି ପରିଚାର, ମୋତେ ତୋ ଦେଉଳେ କର ସୁଆର
କାଳିଆ ରେ ମୋତେ ତୋ ଦେଉଳେ କର ସୁଆର
♪
ରାନ୍ଧି ଖୁଆଇବି କ୍ଷୀର, ସାକର ମୁଁ
ଅବଢ଼ା, କାନିକା ଡ଼ାଲି
ମହୁର, ବେସର ସଙ୍ଗେ ଗୋଳି ଦେବି
ହେଙ୍ଗୁ କୁଟ ଦିଆ ନାଡ଼ି
କାନ୍ତି କାକରା, ଝିଲିଆବର, ରେ ମୋତେ ତୋ ଦେଉଳେ କର ସୁଆର
କାଳିଆ ରେ ମୋତେ ତୋ ଦେଉଳେ କର ସୁଆର
♪
ବିରି ଖେଚେଡ଼ି ମୁଁ ଯତନେ ରାନ୍ଧିବି
ଅଦା, ଲେମ୍ବୁ ରସ ଦେଇ
ଆହା, ହାତେ ଧରିଥିଲେ ଘିଅ ବହୁଥିବ
ପାଶେ ମହକିବ ମହି
ବଡ଼ି, ଖିରିସାପାପୁଡ଼ି, ସର, ରେ ମୋତେ ତୋ ଦେଉଳେ କର ସୁଆର
କାଳିଆ ରେ ମୋତେ ତୋ ଦେଉଳେ କର ସୁଆର
♪
ଯାଇଫଳ ଘୋରା ସୁବାସ ଜଳ ମୁଁ
ପିଆଇବି ତୋତେ ନିତି
ପହୁଡ଼ିବା ପାଇଁ ରତନ ପଲଙ୍କେ
ସାଜିବି ଶେଯ ସୂପାତି
ମାଗେ ଏତିକି ସେବା ମାତର, ମାଗେ ଏତିକି ସେବା ମାତର
ରେ ମୋତେ ତୋ ଦେଉଳେ କର ସୁଆର
କାଳିଆ, କାଳିଆ ରେ ମୋତେ ତୋ ଦେଉଳେ କର ସୁଆର
ତୋ ଦେଉଳେ କର ସୁଆର, ତୋ ଦେଉଳେ କର ସୁଆର
Поcмотреть все песни артиста
Sanatçının diğer albümleri