Bhikari Bal - Bandhu Re Kalia şarkı sözleri
Sanatçı:
Bhikari Bal
albüm: Sriskhetra Thakura
ବନ୍ଧୁ ରେ, ବନ୍ଧୁ ରେ
♪
କାଳିଆ ପରି ତ ବନ୍ଧୁ ନାହାନ୍ତି, ନାହାନ୍ତି
କାଳିଆ ପରି ତ ବନ୍ଧୁ ନାହାନ୍ତି
ସୁନା ଥାଳି ଦେଇ ବନ୍ଧୁ ବାନ୍ଧିଥିଲା
ସୁନା ଥାଳି ଦେଇ ବନ୍ଧୁ ବାନ୍ଧିଥିଲା
କହି ଯାଇଅଛି ବନ୍ଧୁ ମହାନ୍ତି
କାଳିଆ ପରି ତ ବନ୍ଧୁ ନାହାନ୍ତି, ନାହାନ୍ତି
କାଳିଆ ପରି ତ ବନ୍ଧୁ ନାହାନ୍ତି
♪
ବନ୍ଧୁ ପଣିଆ ତା ଅର୍ଜୁନ ଜାଣିଛି
ସଖା ହୋଇ ତାର ଗୀତା ଶୁଣିଅଛି
ବନ୍ଧୁପଣ ତାର ପାଞ୍ଚାଳୀ ଦେଖିଛି
କୋଟିବସ୍ତ୍ର ପାଇ ଲଜ୍ଜା ନିବାରିଛି
ସଖା ସୁଦାମାର ଖୁଦ ଭଜା ପାଇଁ
ସଖା ସୁଦାମାର ଖୁଦ ଭଜା ପାଇଁ
କେଡ଼େ ସରଧା ତା ଲୋକ ଜାଣନ୍ତି
କାଳିଆ ପରି ତ ବନ୍ଧୁ ନାହାନ୍ତି
ବନ୍ଧୁ ରେ, କାଳିଆ ପରି ତ ବନ୍ଧୁ ନାହାନ୍ତି
♪
ସୁଗ୍ରୀବର ବନ୍ଧୁ, ହୋଇ ବନ୍ଧୁ ପାଇଁ
ବାଳି ବଧୀ ଅଛି କିଷ୍କିନ୍ଧାକୁ ଯାଇ
ବିଭୀଷଣ ଯେବେ ପଶିଲା ଶରଣ
ସଖା ହୋଇ କଲା ଲଙ୍କାର ରାଜନ
ବନ୍ଧୁ ପରି ବନ୍ଧୁ ସେଇ ଜଗବନ୍ଧୁ
ବନ୍ଧୁ ପରି ବନ୍ଧୁ ସେଇ ଜଗବନ୍ଧୁ
ତା ପରି ବନ୍ଧୁ କେହି ନାହାନ୍ତି
କାଳିଆ ପରି ତ ବନ୍ଧୁ ନାହାନ୍ତି
ବନ୍ଧୁ ରେ, କାଳିଆ ପରି ତ ବନ୍ଧୁ ନାହାନ୍ତି
ସୁନା ଥାଳି ଦେଇ ବନ୍ଧୁ ବାନ୍ଧିଥିଲା
ସୁନା ଥାଳି ଦେଇ ବନ୍ଧୁ ବାନ୍ଧିଥିଲା
କହି ଯାଇଅଛି ବନ୍ଧୁ ମହାନ୍ତି
କାଳିଆ ପରି ତ ବନ୍ଧୁ ନାହାନ୍ତି, ନାହାନ୍ତି
କାଳିଆ ପରି ତ ବନ୍ଧୁ ନାହାନ୍ତି
ବନ୍ଧୁ ରେ, କାଳିଆ ପରି ତ ବନ୍ଧୁ ନାହାନ୍ତି, ନାହାନ୍ତି
କାଳିଆ ପରି ତ ବନ୍ଧୁ ନାହାନ୍ତି
Поcмотреть все песни артиста
Sanatçının diğer albümleri