Bhikari Bal - Kahaku Kori Buni Shakhi şarkı sözleri
Sanatçı:
Bhikari Bal
albüm: Best Of Bhikari Bal Vol 1
ଚକାଆଖି ହେ
ଚକାଆଖି, ଚକାଆଖି
କାହାକୁ ମୁଁ କରି ବଇଁସାଖି
ହେ ଚକାଆଖି, ଚକାଆଖି
ଚକାଆଖି, ଚକାଆଖି
♪
ଡ଼ାକିଲେ ନାମ ଆରତେ, ନ ଶୁଣ କିମ୍ବା ତୁରତେ?
କି ବିଚାରି ହୃଦଗତେ, ନ ଡ଼େର ଶ୍ରବଣ ପଥେ
ନାମଜପି, ପ୍ରଭୁ ନାମଜପି, ପ୍ରଭୁ ନାମଜପି
କଣ୍ଠ ଗଲା ଶୁଖି-ଶୁଖି
ହେ ଚକାଆଖି, ଚକାଆଖି
♪
ନେବ ବୋଲି କିଛି ଲାଞ୍ଚ ମନେ କରିଅଛ ପାଞ୍ଚ
ସେ କଥା ମନରୁ ମୁଞ୍ଚ ବଳିଗଲା ମନ ସ୍ୱଚ୍ଛ
ଗୋପପୁରେ, ପ୍ରଭୁ ଗୋପପୁରେ, ପ୍ରଭୁ ଗୋପପୁରେ
ପୟସର ଚାଖି-ଚାଖି
ହେ ଚକାଆଖି, ଚକାଆଖି
♪
କହଇ ସାନନ୍ଦଦିଜ, ଆହେ, ପ୍ରଭୁ ଚତୁର୍ଭୁଜ
ଗଲାଣି କି ପୂର୍ବ ତେଜ? ଦୁଃଖୀ, ଦୁଃଖ ଜାନ ବୁଝ
ହୋଇବାରୁ, ପ୍ରଭୁ ହୋଇବାରୁ, ପ୍ରଭୁ ହୋଇବାରୁ
ନୀଳାଚଳେ ତୁମେ ସୁଖି
ହେ ଚକାଆଖି, ଚକାଆଖି
କାହାକୁ ମୁଁ କରି ବଇଁସାଖି
ହେ ଚକାଆଖି, ଚକାଆଖି
Поcмотреть все песни артиста
Sanatçının diğer albümleri