ମିଛେ ସିନା ମଲି ଡାକି ଡାକି ହେ ଚକା ଆଖି
ମିଛେ ସିନା ମଲି ଡାକି ଡାକି ହେ ଚକା ଆଖି
ଶୁଣିବାକୁ ଦୁଃଖ ମୋର କାନତ କଲ ପଥର
ଶକତି ନାହିଁ ତୁମର ତାରିବାକୁ ଦୁଃଖୀ ହେ... ଚକା ଆଖି
ମିଛେ ସିନା ମଲି ଡାକି ଡାକି ହେ ଚକା ଆଖି
ଡରି ମରି ଲୋକ କହେ ତୁମେ ଦୁଃଖ ହାରୀ, ତୁମେ ଦୁଃଖ ହାରୀ
ଆଖୁଛୁଇଁ କହ ଦୁଃଖ ହରିଛ କାହାରି ପ୍ରଭୁ ହରିଛ କାହାରି
ସତ ମୁଁ କହୁଛି ବୋଲି ଦେବି କୋଟି ସାକ୍ଷୀ... ହେ ଚକା ଆଖି
ମିଛେ ସିନା ମଲି ଡାକି ଡାକି ହେ ଚକା ଆଖି
ରାଧାକୁ ଝୁରାଇ ତୁମେ ମାରିଛ କି ନାହିଁ ମାରିଛ କି ନାହିଁ
କରେ ଯେ ତୁମର ଆଶ କାନ୍ଦି ମରେ ସେହି... ପ୍ରଭୁ କାନ୍ଦି ମରେ ସେହି
ବଖାଣୀ ବସିଲେ ତୁମ ଗୁଣ ସରିବ କି ହେ ଚକାଆଖି
ମିଛେ ସିନା ମଲି ଡାକି ଡାକି ହେ ଚକା ଆଖି
ମିଛେ ସିନା ମଲି ଡାକି ଡାକି ହେ ଚକା ଆଖି
Поcмотреть все песни артиста
Sanatçının diğer albümleri